Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ୍, ଓ୍ୱେବସାଇଟରେ ଆସୁଛି ଆଇଟି ଆକ୍ଟ ମେସେଜ୍
  • ||
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ମଶୁରିରେ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ସୁଟିଂ ବେଳେ ବିଗିଡିଗଲା ମିଥୁନ ଦା’ଙ୍କ ସ୍ୱାସ୍ଥ୍ୟ: ଅଧାରେ ବନ୍ଦ କରାଗଲା ସୁଟିଂ

21/12/2020 at 1:58 PM

ମୁମ୍ବାଇ ୨୧/୧୨ : ବଲିଉଡର ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଗତ କିଛି ଦିନ ହେଲା ଡେରାଡୁନ ଓ ମଶୁରିରେ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ର ସୁଟିଂରେ ବ୍ୟସ୍ତ ଥିଲେ। ଶନିବାର ଦିନ ସୁଟିଂ ସମୟରେ ହଠାତ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା। ଫଳରେ ଫିଲ୍ମ ସୁଟିଂ ଅଧାରେ ବନ୍ଦ କରିବାକୁ ପଡିଥିଲା।

ସୂଚନା ଅନୁଯାୟୀ, ସୁଟିଂ ସମୟରେ ମିଥୁନ ହଠାତ ପେଟ ସଂକ୍ରମଣର ଶିକାର ହୋଇଥିଲେ। ସେଥିପାଇଁ ସୁଟିଂ ବନ୍ଦ କରି ତାଙ୍କୁ ତୁରନ୍ତ ହୋଟେଲକୁ ଅଣାଯାଇଥିଲା। ତାଙ୍କୁ ହସ୍ପିଟାଲ ନ ନେଇ ଡାକ୍ତରଙ୍କୁ ହୋଟେଲକୁ ଡକାଯାଇଥିଲା। ଡାକ୍ତର ତାଙ୍କୁ ଔଷଧ ଦେବାପରେ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି। ମିଥୁନ ଜାନୁଆରୀ ୬ ତାରିଖ ଯାଏଁ ସେଠାରେ ସୁଟିଂ କରିବେ। ୭ ତାରିଖରେ ସୁଟିଂ ଶେଷ କରି ପୁରା ୟୁନିଟ ସେଠାରୁ ଫେରି ଆସିବ।

‘କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆମେ ଏକ ବଡ ଆକ୍ସନ ସିକ୍ୱେନ୍ସର ସୁଟିଂ କରୁଥିଲୁ। ସବୁ ମିଥୁନଙ୍କ ଚରିତ୍ରକୁ ନେଇ କେନ୍ଦ୍ରିତ ଥିଲା କିନ୍ତୁ ହଠାତ ତାଙ୍କ ପେଟରେ ସଂକ୍ରମଣ ହେଲା। ଏହିଭଳି ସ୍ଥିତିରେ ଜଣେ ସୁସ୍ଥ ଲୋକ ବି ଛିଡା ହୋଇପାରିବନି। ସେହିଭଳି ସ୍ଥିତିରେ ସୁଟିଂ ହୋଇପାରି ନଥାନ୍ତା। ସେଥିପାଇଁ ସୁଟିଂ ବନ୍ଦ କରାଗଲା। ଚିକିତ୍ସା ପରେ ସୁଟିଂ ପୁଣି ଆରମ୍ଭ ହୋଇଛି। ସକାଳୁ  ମିଥୁନ ଯେତେବେଳେ ସୁଟିଂ ପାଇଁ ପୁଣି ସେଟକୁ ଆସିଲେ ଓ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସମସ୍ତଙ୍କୁ ପ୍ରେରିତ କରିଥିଲେ ଏବଂ ସୁନିଶ୍ଚିତ କରିଥିଲେ ଯେ ସମସ୍ତେ ଠିକ ଭାବେ କାମ କରୁଛନ୍ତି ନା ନାହିଁ। ମିଥୁନ ଦା ସବୁଠାରୁ ପରିଶ୍ରମୀ ଓ ପ୍ରଫେସନାଲ ଅଭିନେତାଙ୍କ ମଧ୍ୟରୁ ଜଣେ। “

ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ଜାମ୍ମୁ କାଶ୍ମିରରୁ କାଶ୍ମିରୀ ହିନ୍ଦୁଙ୍କ ପଳାୟନ ଓ ସେମାନଙ୍କ ଦୁର୍ଦ୍ଦଶା ଉପରେ ଆଧାରିତ। ଫିଲ୍ମରେ ମିଥୁନଙ୍କ ସହ ଅନୁପମ ଖେର ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହା ପୂର୍ବରୁ ବିବେକ ଅଗ୍ନିହୋତ୍ରୀ ଲାଲ ବହାଦୁର ଶାସ୍ତ୍ରୀଙ୍କ ରହସ୍ୟମୟୀ ମୃତ୍ୟୁ ଉପରେ ଆଧାରିତ ଫିଲ୍ମ ‘ଦ ତାସକେଣ୍ଟ ଫାଇଲ୍ସ’ ତିଆରି କରିଥିଲେ। ଏହି ଫିଲ୍ମ ୨୦୧୯ ମସିହାରେ ରିଲିଜ ହୋଇଥିଲା ଏବଂ ଫିଲ୍ମ ହିଟ ମଧ୍ୟ ହୋଇଥିଲା।

   Related Posts