ମୁମ୍ବାଇ ୧୩।୦୭ : ୨୦୨୪ ଟି-୨୦ ବିଶ୍ୱକପ୍ରେ ସୁପର-୮ ଯାଏଁ ଥିଲା ଅଷ୍ଟ୍ରେଲିଆର ରାସ୍ତା ।ସୁପର-୮ ମୁକାବିଲାରେ ଆଫଗାନିସ୍ତାନ ଏବଂ ଭାରତ ଠାରୁ ହାରିଥିଲା ଅଷ୍ଟ୍ରେଲିଆ । ଯାହାଫଳରେ ଅଷ୍ଟ୍ରେଲିଆର ସେମି ରେସ୍ରୁ ହୋଇଥିଲା ଆଉଟ୍। ତେବେ ଭାରତ ଅଷ୍ଟ୍ରେଲିଆ ମ୍ୟାଚ୍ ନେଇ ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ ବଡ଼ ଖୁଲାସା କରିଛନ୍ତି ।
୨୦୨୪ ଟି-୨୦ ବିଶ୍ୱକପ୍ର ସୁପର-୮ ଷ୍ଟେଜ୍ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏକ ମୁକାବିଲା ଖେଳାଯାଉଥିଲା । ଯେଉଁଥିରେ ଭାରତୀୟ ଟିମ୍ ଠାରୁ ଅଷ୍ଟ୍ରେଲିଆ ଶୋଚନୀୟ ପରାଜୟ ହୋଇଥିଲା । ଏହି ମ୍ୟାଚ୍ରେ ରୋହିତ ଶର୍ମାଙ୍କ ବ୍ୟାଟ୍ ଖୁବ୍ ଚାଲିଥିଲା । ଖାସ୍ କରି ମିଚେଲ୍ ଷ୍ଟାର୍କଙ୍କୁ ଟାର୍ଗେଟ କରିଥିଲେ ରୋହିତ।ଯାହାକୁ ନେଇ ଏକ ସାକ୍ଷାତକାରରେ ମିଚେଲ୍ ଷ୍ଟାର୍କ କହିଛନ୍ତି ଯେ, ପାଓ୍ୱାର ପ୍ଲେରେ ମୁଁ ଯେତେବେଳେ ବୋଲିଂ କରୁଥିଲି । ମୋ ସ୍ପେଲ୍ରେ ପାଞ୍ଚୋଟି ବଲ୍ ଖରାପ ବୋଲିଂ କରିଥିଲି । ଯାହାର ପରିଣାମ ମୋତେ ରୋହିତ ଶର୍ମା ଛକା ମାରିଥିଲେ । ମୁଁ ରୋହିତ ଶର୍ମାଙ୍କ ବିରୋଧରେ ବହୁତ ଥର ଖେଳିଛି । ସେ ଜବରଦସ୍ତ ଫର୍ମରେ ଅଛନ୍ତି । ଯେଉଁଭଳି ଭାବେ ସେ ଟିମ୍କୁ ଲିଡ୍ କରୁଛନ୍ତି । ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ । ଦିନିକିଆ ବିଶ୍ୱକପ୍ ପରି ଟି-୨୦ ବିଶ୍ୱକପ୍ ବି ରୋହିତଙ୍କ ପାଇଁ ଜବରଦସ୍ତ ଥିଲା । ପରେ ମୁଁ ମୋ ରଣନୀତି ବଦଳାଇଥିଲା । ଆଉ ତାଙ୍କ ଓ୍ୱିକେଟ୍ ବି ନେଇଥିଲି । ତେବେ ଟିମ୍ ଇଣ୍ଡିଆ ୨୦ ଓଭରରେ ଯେତିକି ସ୍କୋର କରିଥିଲା । ଆମେ ଭାବିଥିଲୁ ଚେଜ୍ କରିଦେବୁ ବୋଲି । ହେଲେ ସେଥିରେ ଆମେ ବିଫଳ ହେଲୁ.. ଆଉ ଟିମ୍କୁ ପରାଜୟର ସାମ୍ନା କରିବାକୁ ପଡିଲା ।
ସୂଚନାଯୋଗ୍ୟ ଯେ, ୨୦୨୪ ଟି-୨୦ ବିଶ୍ୱକପ୍ରେ ଜୁନ୍ ୨୪ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସୁପର-୮ ଷ୍ଟେଜ୍ରେ ଏକ ମୁକାବିଲା ଖେଳାଯାଇଥିଲା । ଯେଉଁଥିଲେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦୫ ରନ୍ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ଟିମ୍ ୨୦ ଓଭରରେ ୧୮୧ ରନ୍ କରିବାକୁ ହିଁ ସମର୍ଥ ହୋଇଥିଲା । ଯାହାଫଳରେ ଭାରତ ଏହି ମ୍ୟାଚ୍କୁ ୨୪ ରନ୍ରେ ଜିତି ଥିଲା ।