Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ନ୍ୟୁଜ୍‌ ୭ ଲୋଗୋର ଅପବ୍ୟବହାର : ଥାନାରେ ମାମଲା, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

20/12/2021 at 12:13 PM

ଖଣ୍ଡପଡ଼ା ୨୦।୧୨ : ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍‌ର ‘ଆମ ଖଣ୍ଡପଡ଼ା ଖବର’ ନାମକ ଏକ ପେଜ୍‌ରେ ଟିଭି ଚ୍ୟାନେଲ୍‌ ପ୍ରମେୟ ନ୍ୟୁଜ୍‌ ୭ର ଲୋଗୋକୁ ଅପବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଏ ନେଇ ରବିବାର ଖଣ୍ଡପଡ଼ା ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

ସାମାଜିକ ଗଣମାଧ୍ୟମକୁ ଲୋକମାନେ ପ୍ରାଧାନ୍ୟ ଦେଉଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି କେତେକ ଆଧୁନିକ ଜ୍ଞାନକୌଶଳଧାରୀ ଦୁର୍ବୃତ୍ତ । ‘ଆମ ଖଣ୍ଡପଡ଼ା ଖବର’ ନାମକ ଫେସ୍‌ବୁକ୍‌ ପେଜ୍‌ରେ ଭାପୁର ବ୍ଲକ ଫତେଗଡ଼ ଗ୍ରାମର ଜନୈକ ବ୍ୟକ୍ତି ବେଣୁଧର ପ୍ରଧାନ ଓ ଜନୈକା ଯୁବତୀଙ୍କର କିଛି ବ୍ୟକ୍ତିଗତ ବାର୍ତ୍ତାଳପର ଅଡିଓ କ୍ଲିପ୍‌ରେ ନ୍ୟୁଜ୍‌ ୭ର ଲୋଗୋ ବ୍ୟବହାର କରାଯାଇଛି ।

ନ୍ୟୁଜ୍‌ ୭ ଚ୍ୟାନେଲ୍‌ ପକ୍ଷରୁ ଏଭଳି କୌଣସି ବାର୍ତ୍ତାଳାପ ପରିବେଷଣ କରାଯାଇ ନଥିବା ବେଳେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ନ୍ୟୁଜ୍‌ ୭ ପ୍ରତିନିଧି ସତ୍ୟନାରାୟଣ ସୁରଜଗଦେବ ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ଥାନାରେ କେସ୍‌ ନଂ ୦୨୬୫/୨୦୨୧ରେ ଏକ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ କରାଯାଇ ପ୍ରକୃତ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣ୍ଡପଡ଼ା ଥାନା ଆଇଆଇସି ବିଶ୍ୱଜିତ୍‌ ରାଉତରାୟ ପ୍ରକାଶ କରିଛନ୍ତି ।

   Related Posts