scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିମାନରେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ, କ୍ର୍ୟୁ ମେମ୍ବରଙ୍କୁ ମାରିଲେ ଧକ୍କା…ଶେଷରେ ସିଟ୍‌ରେ ବନ୍ଧା ହେଲେ ଯୁବକ

4/08/2021 at 7:19 PM

ନ୍ୟୁୟର୍କ ୦୪/୦୮ : ଆମେରିକାରୁ ଏକ ଅସଦାଚରଣ ମାମଲା ସାମ୍ନାକୁ ଆସିଛି। ଜଣେ ନିଶାଶକ୍ତ ଯୁବକ ବିମାନ ଭିତରେ ଜଣେ ମହିଳା ଆଟେଣ୍ଡେଣ୍ଟଙ୍କୁ ଅସଦାଚରଣ କରିଛନ୍ତି। ଯୁବକ ଜଣକର ବ୍ୟବହାର ଯୋଗୁଁ ଶେଷରେ ତାଙ୍କୁ ସିଟରେ ବାନ୍ଧିବାକୁ ପଡିଲା। କେବଳ ଏତିକି ନୁହେଁ, ସେ ଅନ୍ୟ ଜଣେ ମହିଳା ଆଟେଣ୍ଡେଣ୍ଟଙ୍କୁ ଅସଦାଚରଣ କରି କ୍ରୁ ସଦସ୍ୟଙ୍କୁ ପିଟିଥିଲେ। ଯେକୌଣସି ପ୍ରକାର ସ୍ଥିତି ନିୟନ୍ତ୍ରଣ କରାଯାଇଥିଲା।

ଘଟଣା ଆମେରିକାରେ ଘଟିଛି। ସିଏନବିସିର ଏକ ରିପୋର୍ଟ ଅନୁଯାୟୀ, ଫ୍ରଣ୍ଟିୟର ଏୟାରଲାଇନ୍ସର ଏକ ବିମାନରେ ଏହି ଘଟଣା ଘଟିଛି। ବିମାନଟି ଫିଲାଡେଲଫିଆରୁ ମିଆମି ଅଭିମୁଖେ ଯାଉଥିଲା। ହଠାତ୍ ଜଣେ ମଦ୍ୟପ ଯାତ୍ରୀ ଠିଆ ହୋଇ ମହିଳା ଆଟେଣ୍ଡେଣ୍ଟଙ୍କ ସହ ଅସଦାଚରଣ ଆରମ୍ଭ କରିଥିଲେ। ଦେଖୁ ଦେଖୁ ମାମଲା ବଢିଗଲା। ବିମାନରେ ଥିବା ଅନ୍ୟ ଯାତ୍ରୀମାନେ ଏହି ଘଟଣା ଦେଖି ଚକିତ ହୋଇଯାଇଥିଲେ।

ରିପୋର୍ଟ ଅନୁଯାୟୀ, ଯାତ୍ରୀ ଜଣକ ବିମାନରେ ମହିଳା ଆଟେଣ୍ଡେଣ୍ଟଠାରୁ ପାନୀୟ ମଗାଇ ପିଇଥିଲେ। ଏହା ପରେ ଯେତେବେଳେ ଅନ୍ୟ ଜଣେ ଆଟେଣ୍ଡେଣ୍ଟ ଆସିଲେ ସେ ତାଙ୍କ ସହ ଅସଦାଚରଣ ଆରମ୍ଭ କରିଥିଲେ। ସେ ଆଟେଣ୍ଡେଣ୍ଟଙ୍କୁ ଛୁଇଁବା ଆରମ୍ଭ କରିଥିଲେ। ଏସବୁ ଦେଖି ଜଣେ କ୍ରୁ ସଦସ୍ୟ ତାଙ୍କ ପାଖକୁ ଆସିବାରୁ ଯାତ୍ରୀ ଜଣକ ତାଙ୍କୁ ପିଟିଥିଲେ।

କିଛି ସମୟ ପରେ ବ୍ୟକ୍ତି ଜଣକ ବାଥରୁମକୁ ଗଲେ ଏବଂ ସେଠାରୁ ବାହାରି ବିନା ସାର୍ଟରେ ବିମାନରେ ବୁଲିବାକୁ ଲାଗିଲେ। ଶେଷରେ କ୍ରୁ ସଦସ୍ୟ ଏବଂ ଅନ୍ୟ ଯାତ୍ରୀମାନେ ମିଶି ତାଙ୍କୁ ସିଟରେ ବାନ୍ଧି ସିଟ୍ ବେଲ୍ଟ ଲଗାଇଲେ। ତା’ପରେ ସେ ଶାନ୍ତ ହେଲେ। ବିମାନ ଅବତରଣ କରିବା ପରେ ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା।

ଫ୍ରଣ୍ଟିଅର୍ ଏୟାରଲାଇନ୍ସ ସରକାରୀ ବୟାନରେ କହିଛି ଯେ ୨୨ ବର୍ଷୀୟ ମ୍ୟାକ୍ସୱେଲ ବେରୀ ନାମକ ଯୁବକକୁ ବିମାନ ଅବତରଣ ପରେ ସିଧା ପୋଲିସ ଷ୍ଟେସନକୁ ନିଆଯାଇଥିଲା। ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି ବୋଲି ମଧ୍ୟ କୁହାଯାଇଛି।

   Related Posts