ମିଶରରେ ମାଟି ତଳୁ ମିଳିଲା 'ସୂର୍ଯ୍ୟମନ୍ଦିର' : କୀର୍ତ୍ତିରାଜି ୪୫୦୦ ବର୍ଷ ପୁରୁଣା

Published By : Prameya-News7 Bureau | August 02, 2022 IST

ନୂଆଦିଲ୍ଲୀ ୦୨/୦୮:  ପ୍ରତ୍ନତତ୍ତ୍ୱ ବିଭାଗ ମିଶରରେ ଏକ ପୁରୁଣା ସୂର୍ଯ୍ୟମନ୍ଦିର ଠାବ କରିଛି । ଏହା ୪୫୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି । ଏହାକୁ ଦେଖିଲେ ଲାଗୁଛି ଯେ, ଏହା ଇଟାରେ ତିଆରି କରାଯାଇଥିଲା । ଏହା ପଞ୍ଚମ ଶତାବ୍ଦୀରେ ତିଆରି ହୋଇଥିଲା । ଏହାପୂର୍ବରୁ ଗତବର୍ଷ ମଧ୍ୟ ମିଶରରେ ଅନ୍ୟ ଏକ ସୂର୍ଯ୍ୟ ମନ୍ଦିରର ଭଗ୍ନାବଶେଷ ମିଳିଥିଲା ।

ମିଶରର ପ୍ରତ୍ନତତ୍ତ୍ୱ ଓ ପର୍ଯ୍ୟଟନ ମନ୍ତ୍ରାଳୟ ଏହି ସନ୍ଧାନ ବାବଦରେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛି । ପୋଷ୍ଟ ଅନୁସାରେ, ଏହି ଭଗ୍ନାବଶେଷ ଜୁଲାଇ ୩୦ ତାରିଖରେ ଠାବ ହୋଇଥିଲା । ଇଟାଲୀ ଓ ପୋଲାଣ୍ଡର ଗବେଷକମାନେ ଏହା ଠାବ କରିଛନ୍ତି । ଦୁଇଦେଶର ଗବେଷକ ଏହା କିଙ୍ଗ୍ ନ୍ୟୁସେରେଙ୍କର ବୋଲି କହିଛନ୍ତି ।

ଏହି ମନ୍ଦିରର ସନ୍ଧାନ ମିଶରର ରାଜଧାନୀ କାହିରାର ଦକ୍ଷିଣ ପ୍ରାନ୍ତରେ ଥିବା ଅବୁସୀର ଅଞ୍ଚଳରୁ ମିଳିଛି । ଏହା କିଙ୍ଗ୍ ନ୍ୟୁସେରେଙ୍କ ଏକ ମନ୍ଦିର ତଳେ ଥିଲା ।

wp:html
/wp:html

ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ, ଏହି ବିଲ୍ଡିଂ ପଞ୍ଚମ ସାମ୍ରାଜ୍ୟରେ ନିର୍ମିତ ଚାରୋଟି ସୂର୍ଯ୍ୟମନ୍ଦିର ମଧ୍ୟରୁ ଅନ୍ୟତମ । ଯାହା ବାବଦରେ ଅନେକ ଐତିହାସିକ ପୁସ୍ତକରେ ଉଲ୍ଲେଖ ରହିଛି । ଏହାକୁ ଶାସକ ଫାରାଓ ନିଜ ମନ୍ଦିର ତିଆରି କରିବା ପାଇଁ ଧ୍ୱଂସ କରିଥିଲେ । କେବଳ ମନ୍ଦିରର ଭଗ୍ନାବଶେଷ ନୁହେଁ କିଛି ମାଟିର ବାସନ ମଧ୍ୟ ଏଠାରୁ ମିଳିଛି । ଯାହା ଗବେଷଣାରେ ସହାୟକ ହେବ ।  ଆହୁରି ମଧ୍ୟ ମାଟି ତଳେ କିଛି ଟିକେଟ୍ ମଧ୍ୟ ମିଳିଥିଲା । ଯେଉଁଥିରେ ପଞ୍ଚମ ସାମ୍ରାଜ୍ୟ ରାଜାଙ୍କ ନାଁ ରହିଛି । ଏହି ନୂଆ ସନ୍ଧାନ ଐତିହାସିକଙ୍କୁ ଅନେକ ଫାଇଦା ଦେବ ବୋଲି ମନ୍ତ୍ରାଳୟ କହିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.