ଭୁବନେଶ୍ୱର ୨୬।୦୯ : ଆରମ୍ଭ ହେଲା ମିଶନ ତଡିପାର। ଟୁଇନ୍ ସିଟିରେ ଅପରାଧ ଓ ଅପରାଧୀଙ୍କୁ ଚେକ୍ ମେଟ୍ ଦେବ କମିଶନରେଟ୍ ପୋଲିସ। ଆଲୋଚନା ପରେ ପୋଲିସ ନେଲା ଆକ୍ସନ।
ଗତ ୨୪ ତାରିଖରେ ସିପିଙ୍କ ଅଧ୍ୟକ୍ଷତାରେ ପୋଲିସ ସେବା ଭବନରେ ବିଧାୟକ, ପୂଜା କମିଟି ସଦସ୍ୟ, ମେୟର ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଆଗାମୀ ପାର୍ବଣକୁ ଅପରାଧ ମୁକ୍ତ କରିବାକୁ ନିଆଯାଇଥିବା ପଦକ୍ଷେପକୁ କାର୍ଯ୍ୟକାରୀ କରିଛି ପୋଲିସ। ସେଫ୍ ସିଟି ଡ୍ରାଇଭ୍ ମୁତାବକ ବିଭିନ୍ନ ଖଟି ରେଡ୍, ଓପନ୍ ଡ୍ରିକିଂ ଚେକ୍, କଡ଼ା ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ସହିତ ସହରର ବିଭିନ୍ନ ସ୍ଥାନରେ ସାଦା ପୋଷାକରେ ଆଣ୍ଟୀ ବର୍ଗୁଲାର ଫୋର୍ସ ମୁତୟନ ହୋଇଛନ୍ତି। ବିଶେଷ କରି ଅପରାଧ ମୁକ୍ତ ପୂଜା ପାଇଁ ଟୁଇନ୍ ସିଟିର ସବୁ ଥାନାକୁ ୱାରେଣ୍ଟ ଡ୍ରାଇଭ୍ ଓ ତଡିପାର୍ ତାଲିକା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା।