ଦ୍ୱିତୀୟ ଥର ଲାଗି ଚନ୍ଦ୍ରକୁ ମଣିଷ ପଠାଉଛି ଆମେରିକା, ଚନ୍ଦ୍ରରେ ପାଦ ରଖିବେ ପ୍ରଥମ ମହିଳା

Published By : Prameya-News7 Bureau | August 29, 2022 IST

ନୂଆଦିଲ୍ଲୀ ୨୯/୦୮: ନାସାର ମିଶନ ମୁନ୍ । ଦ୍ୱିତୀୟ ଥର ପାଇଁ ଆମେରିକା ଚନ୍ଦ୍ରକୁ ପଠାଉଛି ମଣିଷ । ପ୍ରଥମଥର ପାଇଁ ଏହି ଅନ୍ତରୀକ୍ଷ ମିଶନରେ ସାମିଲ ହେବେ ମହିଳା ମହାକାଶ ଯାତ୍ରୀ । ଆଉ ଯଦି ମିଶନ ସଫଳ ହୁଏ ତେବେ ଚନ୍ଦ୍ରରେ ପ୍ରଥମ ମହିଳା ପାଦ ରଖିବେ । ଆଜି ସଂଧ୍ୟା ୬ଟା ୩ମିନିଟ୍ ରେ ଉତକ୍ଷେପଣ ହେବ ଆର୍ଟିମିସ୍ -୧ ରକେଟ୍ ।

ଆମେରିକା ସ୍ପେସ୍ ଏଜେନ୍ସି ନାସା ପ୍ରାୟ ୫୦ବର୍ଷ ପରେ ପୁଣିଥରେ ଚନ୍ଦ୍ରକୁ ମହାକାଶ ଯାତ୍ରୀଙ୍କୁ ପଠାଇବ । ଏହି ମିଶନର ଲକ୍ଷ୍ୟ ରହିଛି, ଅନ୍ତରୀକ୍ଷ ଯାତ୍ରୀଙ୍କ ପାଇଁ ଚନ୍ଦ୍ରର ବାତାବରଣ ଅନୁକୂଳ କି ନୁହେଁ । ଚନ୍ଦ୍ରରେ ରହିବା ପରେ ପୁଣି ପୃଥିବୀକୁ ସୁରକ୍ଷିତ ଫେରିବା ସମ୍ଭବ କି ନୁହେଁ , ଏହା ପରୀକ୍ଷା କରିବା ମିଶନର ଲକ୍ଷ୍ୟ । ଏହି ମିଶନର ଅବଧି ରହିଛି ୬ସପ୍ତାହ ।

ଚନ୍ଦ୍ରରେ ୬ସପ୍ତାହ ରହିବା ପରେ ଅକ୍ଟୋବର ୧୦ରେ ପୁଣି ପୃଥିବୀକୁ ଫେରିବେ ମହାକାଶ ଯାତ୍ରୀ । କେପ୍ କାର୍ନିମାଲ୍ ସ୍ପେସ୍ ସେଣ୍ଟରରୁ ମିଶନ ଲଞ୍ଚ ହେବ । ଏଥିରେ ମେଗା ରକେଟ୍ ଏବଂ ଓରାୟନ ଦୁଇଟି କ୍ରୁ କ୍ୟାପସୁଲ୍ ଯିବ । ଓରାୟନ କ୍ୟାପସୁଲ୍ ଖାଲି ରହି । ଯେଉଁଥିରେ ମହାକାଶଚାରୀମାନେ ପୃଥିବୀକୁ ଫେରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.