LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଚତୁର୍ଥ ରାଷ୍ଟ୍ର ଭାବେ ଭାରତ ମଙ୍ଗଳ ଗ୍ରହରେ ସଫଳତାର ସହିତ ମଙ୍ଗଳଯାନକୁ ସ୍ଥାପିତ କରିଛି : ଏବେ ତିଆରି ହୋଇଛି ଫିଲ୍ମ ମିଶନ ମଙ୍ଗଲ, ଜାଣନ୍ତୁ ପୂରା କାହାଣୀ

11/07/2019 at 6:30 PM

ଆମେରିକା, ରୁଷ୍, ୟୁରୋପ ପରେ ଭାରତ ହେଉଛି ଚତୁର୍ଥ ରାଷ୍ଟ୍ର, ଯିଏ ମଙ୍ଗଳରେ ସଫଳତାର ସହିତ ମଙ୍ଗଳଯାନକୁ ସ୍ଥାପିତ କରିଛି । ଖୁବ୍ କମ୍ ସମୟ ମଧ୍ୟରେ ଆଉ ଖୁବ୍ କମ୍ ଖର୍ଚ୍ଚରେ ନିର୍ମିତ ଏହି ମଙ୍ଗଳଯାନକୁ ପ୍ରେରିତ କରିବା ସହ ପ୍ରଥମଥର ପ୍ରେରଣରେ ସଫଳତା ପାଇଥିବା ଭାରତ ହେଉଛି ପ୍ରଥମ ରାଷ୍ଟ୍ର ।ଆଉ ଏହି ଅବିସ୍ମରଣୀୟ ମୁହୂର୍ତ୍ତକୁ ଏକ ଫିଲ୍ମ ମାଧ୍ୟମରେ ପୁଣିଥରେ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରିଯାଇଛି ।ମିଶନ୍ ମଙ୍ଗଳର ସଫଳତାକୁ ନେଇ ସେଇ ଐତିହାସିକ ଘଟଣା ଚାଲନ୍ତୁ ଦେଖିବା….

୨୪ ସେପ୍ଟେମ୍ବର ୨୦୧୪ ।ସଫଳତାର ସହିତ ମଙ୍ଗଳରେ ସ୍ଥାପିତ ହୋଇଥିଲା ଇସ୍ରୋ ପକ୍ଷରୁ ପ୍ରେରିତ ମଙ୍ଗଳୟାନ । ଏଥି ସହିତ ଆମେରିକା, ରୁଷ ଏବଂ ୟୁରୋପ ପରେ ଭାରତ ଚତୁର୍ଥ ରାଷ୍ଟ୍ର ଭାବେ ମଙ୍ଗଳ ଅଭିଯାନରେ ସଫଳତା ପାଇଥିଲା । ଆଉ ପ୍ରଥମ ପ୍ରେରଣରେ ହିଁ ସଫଳତା ପାଇଥିବା ଏକମାତ୍ର ରାଷ୍ଟ୍ର ଭାବେ ଭାରତ ରଚିଥିଲା ଇତିହାସ । ଏହି ଐତିହାସିକ ଘଟଣାର ପୁଣି ଥରେ ପୁନରାବୃତ୍ତି ହୋଇଛି । ହେଲେ ରିଲ ମାଧ୍ୟମରେ ।…ରିଲିଜ୍ ହୋଇଛି ଅପକମିଂ ମୁଭି ମିଶନ ମଙ୍ଗଲର ଟିଜର । …

ମାତ୍ର ୪୫ ସେକେଣ୍ଡର ଏହି ଟିଜରରେ ମିଶନ୍ ମଙ୍ଗଲର ସଫଳତା ଦେଖିବାକୁ ମିଳିଛି । ଜଗନ ଶକ୍ତି ନିର୍ଦ୍ଦେଶିତ ଏହି ମୁଭିରେ ୨୦୧୪ର ସେଇ ଐତିହାସିକ ଘଟଣାବଳୀକୁ ଚିତ୍ରିତ କରାଯାଇଛି ।ଇସ୍ରୋ ଦ୍ବାରା ପ୍ରେରିତ ମଙ୍ଗଳାୟାନର ପୂରା ଘଟଣାକୁ ନେଇ ଏହି ମୁଭି ନିର୍ମାଣ କରାଯାଇଛି ।

ଭାରତର ସ୍ପେସ୍ ମିଶନକୁ ନେଇ ନିର୍ମିତ ଏହି ମୁଭିର ଲିଡ୍ ରୋଲରେ ଅଛନ୍ତି ଖିଲାଡି ଅକ୍ଷୟ କୁମାରଙ୍କ ସହ ତାପସୀ ପନ୍ନୁ, ବିଦ୍ୟା ବାଲାନ୍, ଶରମନ୍ ଜୋଶୀ, କୀର୍ତ୍ତି କୁହ୍ଲାରି, ସୋନାକ୍ସି ସିହ୍ନା ଏବଂ ନିତ୍ୟା ମେନନଙ୍କୁ ଦେଖିବାକୁ ମିଳିବ । ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଡାଏଲଗରୁ ଆରମ୍ଭ ହୋଇଛି । ଏଥିରେ ଅକ୍ଷୟ ଜଣେ ସାଇଣ୍ଟିଷ୍ଟ ଭାବେ ରାକେଶ ଧାୱନ ମିଶନ୍ କଣ୍ଟ୍ରୋଲ ୟୁନିଟରେ କାର୍ଯ୍ୟରତ ଥିବା ଦର୍ଶାଯାଇଛି ।

ଏଥିସହିତ ପୂରା କ୍ର୍ୟୁ ମେମମ୍ବରଙ୍କୁ ମଧ୍ୟ ଏହି ଟିଜରରେ ଦେଖିବାକୁ ମିଳିଛି । ମାତ୍ର ୪୫ ସେକେଣ୍ଡର ଏହି ଟିଜରର ଲାଷ୍ଟ କାଉଣ୍ଟ ଡାଉନ୍ ସହ ସବୁ କ୍ୟାରେକ୍ଟରକୁ ବେଶ୍ ସ୍ପଷ୍ଟ ଭାବରେ ସାମ୍ନାକୁ ଅଣାଯାଇଛି । ତାସହିତ ମିଶନ୍ ମଙ୍ଗଲର ମଧ୍ୟ ସଫଳତାର ସେଇ ଐତିହାସିକ ମୁହୂର୍ତ୍ତ ଦେଖାଇବାକୁ ଭୁଲି ନାହାନ୍ତି ଡିରେକ୍ଟର ।

ପୂର୍ବରୁ ମୁଭିର ପୋଷ୍ଟର ରିଲିଜ ହୋଇଥିବ ବେଳେ ଏବେ ଟିଜରକୁ କାଫି ପସନ୍ଦ କରୁଛନ୍ତି ଦର୍ଶକ । ଭାରତୀୟ ସ୍ପେସ୍ ସେଣ୍ଟର ଇସ୍ରୋ ୫ ନଭେମ୍ବର ୨୦୧୩ରେ ଏହି ମିଶନ ଆରମ୍ଭ କରିଥିବା ବେଳେ ୨୪ ସେପ୍ଟେମ୍ବର ୨୦୧୪ରେ ପ୍ରକୃତ ସଫଳତା ମିଳିଥିଲା ଏହି ଅଭିଯାନକୁ ।ଯାହାକୁ ଦେଖି ପୂରା ବିଶ୍ବ ଆଶ୍ଚର୍ଯ୍ୟ ଚକିତ ହୋଇଥିଲା । ଏତେ କମ୍ ସମୟ ମଧ୍ୟରେ ଆଉ ମାତ୍ର ୪୫୦ କୋଟି ବଜେଟରେ ଭାରତର ଏହି ମଙ୍ଗଳ ଅଭିଯାନ ମିଶନ୍ କସଫଳତାକୁ ନେଇ ଭାରତୀୟ ବୈଜ୍ଞାନିକଙ୍କୁ ପ୍ରଶଂସା କରିଥିଲା ପୂରା ବିଶ୍ବ । ଏସବୁ ମୁହୂର୍ତ୍ତକୁ ନେଇ ନିର୍ମିତ ଏହି ମୁଭି ଦର୍ଶକଙ୍କ ମନକୁ ଛୁଇଁପାରିବ ବୋଲି ପୂରା ଟିମ ଆଶା ରଖିଛି ।

ସବୁବେଳେ ହଲିଉଡ୍‌ରେ ସ୍ପେସ୍‌କୁ ନେଇ ଗ୍ରାଭିଟି, ଆପୋଲୋ ୧୩, ଷ୍ଟାର-ଟ୍ରାକ୍, ଷ୍ଟାର ୱାର ଭଳି ଦମଦାର ମୁଭି ସହ ଅନେକ ଟିଭି ସିରିଜ୍ ନିର୍ମାଣ ହେଉଥିବା ବେଳେ ଏହି ରେସରେ ଭାରତ ମଧ୍ୟ ପଛରେ ନାହିଁ ବୋଲି ଏହି ମୁଭି ପ୍ରମାଣ କରିଛି ।  ଏବେ କେବଳ ଅପେକ୍ଷା ମୁଭିର ରିଲିଜ୍ ଡେଟ୍‌କୁ ମାନେ ୧୫ ଅଗଷ୍ଟକୁ….

   Related Posts