କେଇ ଘଣ୍ଟାର ଅପେକ୍ଷା, ଚନ୍ଦ୍ରପୃଷ୍ଠକୁ ଯିବ ଚନ୍ଦ୍ରଯାନ ୩: ଅପରାହ୍ଣରେ ଉତକ୍ଷେପଣ

Published By : Prameya-News7 Bureau | July 14, 2023 IST

ନୂଆଦିଲ୍ଲୀ ୧୪/୦୭: ଆଉ କେଇ ଘଣ୍ଟାର ଅପେକ୍ଷା । ଆଜି ଚନ୍ଦ୍ରପୃଷ୍ଟକୁ ଯିବ ଚନ୍ଦ୍ରଯାନ ୩ । ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ଚନ୍ଦ୍ରଯାନ-୩ । ଏଥିପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି । ଚନ୍ଦ୍ରର ଅପହଞ୍ଚ ଅଞ୍ଚଳରେ ପହଞ୍ଚି ଇତିହାସ ରଚିବା ଲକ୍ଷ୍ୟରେ ରହିଛି ଭାରତ। ଚନ୍ଦ୍ରଯାନ-୩ର ସଫଳତା ନେଇ ଇସ୍ରୋର ବୈଜ୍ଞାନିକମାନେ ଏକ ପ୍ରକାର ନିଶ୍ଚିତ ଅଛନ୍ତି। ସେପଟେ ବାଲୁକା କଳାରେ ଏନେଇ ବାର୍ତ୍ତା ଦେଲେ ବାଲୁକାଶୀଳ୍ପି ସୁଦର୍ଶନ ପଟ୍ଟନାୟକ ।

wp:html /wp:html

ସବୁକିଛି ଯୋଜନା ଅନୁଯାୟୀ ଚାଲିଲେ ଇତିହାସ ରଚିବ ଭାରତ। ୨୦୧୯ରେ ଲଞ୍ଚ ହୋଇଥିବା ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ବଦଳରେ କ୍ରାସ୍ ଲ୍ୟାଣ୍ଡିଂ କରିଥିଲା । ଆଜି ଉତକ୍ଷେପଣ ହେବାକୁ ଥିବା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରରେ ଅନେକ ଗୁଡିଏ ପରିବର୍ତ୍ତନର କରାଯାଇଛି । ଲ୍ୟାଣ୍ଡରର ଡିଜାଇନ ଅଧିକ ବିକଶିତ କରାଯାଇଛି।

ବିଶେଷ କରି ଲ୍ୟାଣ୍ଡିଂ ଅଞ୍ଚଳ, ଇଲେକ୍ଟ୍ରୋନିକ୍ସ ସରଞ୍ଜାମ, ସେନସେର୍, ଭେଲୋସିଟିକୁ ମଧ୍ୟ ବିଶେଷ ଭାବେ ଧ୍ୟାନରେ ରଖି ପ୍ରସ୍ତୁତି କରାଯାଇଛି । ଚନ୍ଦ୍ରଯାନ-୩ ଉତକ୍ଷେପଣ ହେବା ପରେ ମହାକାଶରେ ପୂରା ପ୍ରକ୍ରିୟା ୪୨ ଦିନ ଧରି ଚାଲିବ। ଚନ୍ଦ୍ରାୟନ-୩ରେ ରହିଛି ୩ଟି ମଡ୍ୟୁଲ୍- ପ୍ରୋପଲସନ୍ , ଲ୍ୟାଣ୍ଡର ଏବଂ ରୋଭର୍ । ପ୍ରୋପଲସନ୍ ମଡ୍ୟୁଲ ଅନୁଯାୟୀ ଚନ୍ଦ୍ର ପୃଷ୍ଠରୁ ୧୦୦କିମି ଦୂର କକ୍ଷପଥରେ ଅବସ୍ଥାପିତ ହେବ ଚନ୍ଦ୍ରାୟନ-୩ । ଏହାପରେ ଅଗଷ୍ଟ ୨୩ କିମ୍ବା ୨୪ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଲ୍ୟାଣ୍ଡର ।

ମିଶନ ସଫଳ ହେଲେ ଏହା କରିବାରେ ଆମେରିକା , ରୁଷ୍ ଏବଂ ଚୀନ୍ ପରେ ଭାରତ ପାଲଟିବ ବିଶ୍ବର ଚତୁର୍ଥ ଦେଶ । ତେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବାରେ ଭାରତ ହେବ ପ୍ରଥମ ଦେଶ । ଯେଉଁଠି ବରଫର ସନ୍ଧାନ ମିଳିଛି । ଏଠାରେ କେତେ ପରିମାଣର ଜଳ ରହିଛି, ତାର ପରୀକ୍ଷା କରିବ ଚନ୍ଦ୍ରଯାନ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.