ବହୁ ପ୍ରତୀକ୍ଷିତ ମିଶନ ଚନ୍ଦ୍ରଯାନ-୨ ରାତି ୨ଟା ୫୧ ମିନିଟରେ ଉତକ୍ଷେପଣ ହେବାର ଥିଲା କିନ୍ତୁ....

Published By : Prameya-News7 Bureau | July 15, 2019 IST

ଦିଲ୍ଲୀ୧୫|୭:  ବହୁପ୍ରତୀକ୍ଷିତ ଚନ୍ଦ୍ରଯାନ-୨ ମହାକାଶ ଅଭିମୁଖେ ରାତି ୨.୫୧ ମିନିଟରେ ଉତକ୍ଷେପଣ ହେବାର ଥିଲା। କିନ୍ତୁ ଏହି ଚନ୍ଦ୍ରଯାନରେ କିଛି ଯାନ୍ତ୍ରିକ ତ୍ରୁଟିଯୋଗୁ  ଏହାକୁ ସ୍ଥଗିତ ରଖାଯାଇଛି। ରାତି ୨ଟା ୫୧ ମିନିଟରେ ଏହା ଉତକ୍ଷେପଣ ହେବାର ଥିଲା। ମାତ୍ର ୫୬ ମିନିଟ୍ ୨୪ ସେକେଣ୍ଡ ବାକିଥିଲା ବେଳେ କାଉଣ୍ଡଡାଉନ ବନ୍ଦ ହୋଇଯାଇଥିଲା। ଏଥିଯୋଗୁ ଏହି ଉତକ୍ଷେପଣ ବାତିଲ କରାଯିବା ସହ ଅନ୍ୟ ଏକ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ଇସ୍ରୋର ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

wp:core-embed/twitter {"url":"https://twitter.com/isro/status/1150520298761936896","type":"rich","providerNameSlug":"twitter","className":""}
https://twitter.com/isro/status/1150520298761936896
/wp:core-embed/twitter

 ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଥିରେ କୌଣସି ଦୁଃଖ ପ୍ରକାଶ କରିବାର ନାହିଁ। କାରଣ ତରବରରେ ତ୍ରୁଟି ସହିତ ମହାକାଶ ଯିବା ଅପେକ୍ଷା ତ୍ରୁଟିଶୂନ୍ୟ ଭାବେ ମହାକାଶକୁ ଉତକ୍ଷେପଣ କରିବା ଆବଶ୍ୟକ । କାରଣ ପ୍ରଥମ ଷ୍ଟେଜ୍‌ ସଲିଡ୍‌ ହୋଇଥିବାବେଳେ ଅନ୍ୟ ଷ୍ଟେଜ୍‌ଗୁଡ଼ିକ ତୁଳନାତ୍ମକ ଭାବେ ସୂକ୍ଷ୍ମ ହୋଇଥିବାରୁ ଏହି ଯାନକୁ ସାବଧାନା ସହିତ ଉତକ୍ଷେପଣ କରିବା ଉଚିତ ।

ଏହି ଯାନ୍ତ୍ରିକ ତ୍ରୁଟି ଦେଖାଯିବା କିଛି ନୂଆ କଥା ନୁହେଁ, ଏହା ପୂର୍ବ ମଧ୍ୟ ଉତ୍କ୍ଷେପଣ ସ୍ଥଗିତ ରଖାଯାଇ ଯାନ୍ତ୍ରିକ ତ୍ରୁଟିରେ ସୁଧାର ଅଣାଯିବା ପରେ ପୂର୍ନବାର ଉତକ୍ଷେପଣ କରାଯାଇଛି। ବିଶେଷଜ୍ଞଙ୍କ ମତନୁଯାୟୀ, ଚନ୍ଦ୍ରଯାନ ସ୍ଥଗିତ କଥାକୁ ନେଇ କିଛି ଚିନ୍ତା କାରିବା ଆବଶ୍ୟକ ନାହିଁ କାରଣ ଏହି ପ୍ରକ୍ରିୟା ବହୁତ ମନ୍ଥର ଗତିରେ କାମ କରିଥାଏ ବହୁପ୍ରତୀକ୍ଷିତ ଚନ୍ଦ୍ରଯା-୨ ପାଇଁ ଆଉ ଏକ ତାରିଖ ନିଦ୍ଧାରିତ କରାଯିବ ବୋଲି ଇସ୍ରୋର ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.