ଦୀର୍ଘ ୪୦ଘଣ୍ଟା ପରେ ମିଳିଲା ଯୁବକଙ୍କ ମୃତଦେହ, ଜଳପ୍ରପାତରେ ଷ୍ଟଣ୍ଟ ଦେଖାଇ ହୋଇଥିଲେ ନିଖୋଜ

Published By : Prameya-News7 Bureau | October 20, 2020 IST

ନୂଆପଡା ୨୦।୧୦: ନୂଆପଡା ଗୋଧସ ଜଳପ୍ରପାତରୁ ଦୀର୍ଘ ୪୦ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ୨୫୦ ଫୁଟ ଉପରୁ ଷ୍ଟଣ୍ଟ ଦେଖାଇବା ବେଳେ ହୋଇଥିଲେ ନିଖୋଜ । ଘଟଣାସ୍ଥଳରେ ଧରମବନ୍ଧା ପୋଲିସ ଓ ନୂଆପଡା ଅଗ୍ନିଶମ ବିଭାଗ ଉପସ୍ଥିତ ରହିଛି ।

ସୂଚନାଯୋଗ୍ୟ ଯେ, ରବିବାର ଧରମବନ୍ଧା ଥାନା ସୁନାବେଡା ଅଭୟାରଣ୍ୟ ସ୍ଥିତ ଗୋଧସ ଜଳପ୍ରପାତକୁ ୧୧ ଜଣ ସାଙ୍ଗ ବୁଲିବାକୁ ଆସିଥିଲେ। ୨୫୦ ଫୁଟ ଉପରୁ ଷ୍ଟଣ୍ଟ ଦେଖାଇ ମହେଶ ନାଗ ନିଖୋଜ ହୋଇଥିଲେ । ମୃତ ଯୁବକ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଥାନା ସାଗନାମୁଣ୍ଡା ଗାଁର ମହେଶ ନାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.