oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଜୁ ଜଙ୍ଗଲରୁ ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

20/07/2020 at 12:19 PM

ମହାକାଳପଡା ୨୦।୭: କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ରାମନଗର କାଜୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ନିଜ ପିନ୍ଧା ସାର୍ଟରେ ବେକରେ ବନ୍ଧା ହୋଇ ଝୁଲୁଥିବାର ଦେଖିବାକୁ ମିଳିଥିଲା । ମୃତ ଯୁବକଙ୍କ ଘର ରାମନଗର ଗ୍ରାମର ବୋଲି ଜଣାପଡିଛି । ନିମାଇଁ ବିଶ୍ବାସଙ୍କ ପୁଅ ଦେବୁ ବିଶ୍ବାସ । ତାଙ୍କ ବୟସ ୨୫ ବର୍ଷ । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ହତ୍ୟା କି ଆତ୍ମହତ୍ୟା ଶବ ବ୍ୟବଚ୍ଛେଦ ପରେ ଜଣାପଡିବ । ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ଦିନ ୪ଟା ସମୟରେ ରାମନଗର ଗ୍ରାମର କେତେଜଣ ଯୁବକ ମୃତ ଯୁବକଙ୍କୁ ଘରୁ ଡାକି ନେଇଥିଲେ । ତାପରେ ରାତି ୮ଟା ସମୟରେ ତାଙ୍କ ଘରକୁ ଆସି ଦେବୁ ଘରକୁ ଆସିଛି ନା ନାହିଁ ଜଣେ ସାଙ୍ଗ ପରିବାର ଲୋକଙ୍କୁ ପଚାରିଥିଲେ । ମାତ୍ର ଘର ଲୋକ ମନାକରିଥିଲେ । ଦେବୁ ରାତିରେ ଘରକୁ ନଫେରିବାରୁ ବହୁ ଖୋଜାଖୋଜି କରିଥିଲେ । ପରେ ଜଙ୍ଗଲରୁ ଦେବୁଙ୍କ ମୃତଦେହ ମିଳିଥିଲା । ମୃତଦେହ ମିଳିଥିବା ସ୍ଥାନର କିଛି ଦୂରରେ ସମସ୍ତେ ସାଙ୍ଗ ହୋଇ ବସି ତାସ ଖେଳିବା ସହିତ ମଦ ପିଉଥିବା କଥା ସ୍ଥାନୀୟ ଲୋକ ଦେଖିଥିବା କହିଥିଲେ । ସେହି ସ୍ଥାନରୁ ମଦ ବୋତଲ ସହ ଖାଦ୍ୟ ପୁଡିଆ ଜବତ ହୋଇଥିଲା । ପରିବାର ଲୋକଙ୍କ କହିବା ଅନୁସାରେ ଦେବୁ ସହ କାହାର ଶତ୍ରୃତା ନଥିଲା କି ପାରିବାରିକ କହଳ ନଥିଲା । କେହି ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟାକାଣ୍ଡ କରି ଗଛରେ ଟାଙ୍ଗି ଦେଇଛନ୍ତି ବୋଲି ପରିବାରଲୋକ କହିଛନ୍ତି ।

   Related Posts