ଗୋବରୀ ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ବାସନ ମାଜିବାକୁ ଯାଇ ଥିଲେ ନିଖୋଜ

Published By : Prameya-News7 Bureau | August 23, 2021 IST

ମାର୍ଶାଘାଇ ୨୩।୮: ବାସନ ମାଜିବାକୁ ଯାଇ ନିଖୋଜ ଥିବା ମହିଳାଙ୍କ ମୃତଦେହ ଉଦ୍ଧାର । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଡଅରମୁଣ୍ଡ ଗ୍ରାମର ମହିଳା ଅନୂସୟା ନାୟକ । ସେ ରବିବାର ମଧ୍ୟାହ୍ନରେ ଗୋବରୀ ନଦୀକୁ ବାସନ ମାଜିବାକୁ ଯାଇଥିଲେ । ହଠାତ ନଦୀରେ ନିଖୋଜ ହୋଇଯିବା ପରେ, ଘର ଲୋକ ବହୁତ ଖୋଜାଖୋଜି କରିଥିଲେ । କିନ୍ତୁ ନିଖୋଜ ଥିବା ମହିଳା ମିଳିନଥିଲେ । ସୋମବାର ସକାଳୁ ନଦୀରେ ଏକ ଲୁଗା ଭାସିବାର ଦେଖିଥିଲେ ସମ୍ପର୍କୀୟ ଭାଇ । ସଙ୍ଗେ ସଙ୍ଗେ ନଦୀରୁ ମହିଳାଙ୍କୁ ଉଦ୍ଧାର କରି ଉପରକୁ ଆଣିବା ପରେ, ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛଦ ପାଇଁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.