ଦୟା ନଦୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | June 24, 2019 IST

ଡେଲାଙ୍ଗ ୨୪|୬: ଆଜି ସକାଳୁ ଦୟାନଦୀର ବେଣାବିଲ ନିକଟକୁ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଯାଇଥିବା ବେଳେ ଜଣେ ବୃଦ୍ଧଙ୍କ ମୃତଦେହ ଭାସୁଥିବା ଦେଖିଥିଲେ । ତେବେ ସେମାନେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛନ୍ତି I

ସୂଚନାଯୋଗ୍ୟ ଯେ, ବରପଦା ଗାଁର ରଘୁନାଥ ବେହେରା ଗତ ଶନିବାର ଦିନ ଗାଈ ନେଇ ଚରାଇବାକୁ ଯାଇଥିଲେ। କିନ୍ତୁ ସନ୍ଧ୍ୟାରେ ଗାଈ ଘରକୁ ଫେରିଥିଲେ ମଧ୍ୟ ରଘୁନାଥ ଘରକୁ ଫେରିନଥିଲେ । ଘର ଲୋକ ରଘୁନାଥଙ୍କୁ ବହୁ ଖୋଜା ଖୋଜି କରିବା ପରେ ପାଇନଥିଲେ । ରଘୁନାଥଙ୍କୁ ନପାଇବାରୁ ଥାନାରେ ଏତଲା ଦେଇଥିଲେ ପରିବାରଲୋକ । ଏତଲା ପରେ ଓଡ୍ରାଫ୍ ଟିମ୍ ମଧ୍ୟ ଖୋଜାଖୋଜି କରି ପାଇନଥିଲେ I ଆଜି ସକାଳୁ ତାଙ୍କ ମୃତଦେହ ମିଳିବା ପରେ ପରିବାର ଲୋକଙ୍କୁ ସ୍ଥାନୀୟ ଲୋକ ମାନେ ଯୋଗା ଯୋଗ କରିଛନ୍ତି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.