ନିଖୋଜ ଅଣଓଡିଆ ଶ୍ରମିକଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | July 21, 2019 IST

କେନ୍ଦୁଝର ୨୧/୭: ଗତ ୧୯ତାରିଖ ରାତିରେ ନଦୀ ପାରି ହେଉଥିବାବେଳେ ବୈତରଣୀ ନଦୀ ର ସିଙ୍ଗନାଳୀ ଘାଟଠାରେ ନିଖୋଜ ଅଣଓଡିଆ ଶ୍ରମିକଙ୍କ ମୃତଦେହ ଆଜି କାଦବାହାଳୀ ଘାଟଠାରୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ମୃତକ ପ୍ରମୋଦ କୁମାରଙ୍କ ଘର ଛତିଶଗଡ଼ ଅଞ୍ଚଳରେ ।

ସ୍ଥାନୀୟ ବୈତରଣୀ ପାଓ୍ବାର ପ୍ରୋଜେକ୍ଟଠାରେ ସେ ଠିକାଦାରଙ୍କ ଅଧିନରେ ଶ୍ରମିକ ଭାବେ କାମକରୁଥିଲେ। ଘଟଣାଦିନ ସେ ଡଙ୍ଗାକୁ ଅପେକ୍ଷା ନକରି ନଦୀରେ ପହଁରି ପାରିହେବାକୁ ଉଦ୍ୟମ କରି ଭାସିଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.