ବଂଶଧାରା ନଦୀରେ ବୁଡି ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର, ଅନ୍ୟ ଜଣେ ଏବେବି ନିଖୋଜ
29/08/2023 at 12:04 PM

ଗୁଣପୁର ୨୯।୮: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ମିନାଝୋଲା ଶୈବପୀଠରେ ଦର୍ଶନ କରିବାକୁ ଯାଇଥିବା ବେଳେ ନଦୀରେ ବୁଡି ଦୁଇ ନିଖୋଜଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେବି ଜଣଙ୍କ ମିଳିନି ପତ୍ତା । ଖୋଜାଖୋଜି ଜାରି ରହିଛି ।
ସୂଚନାଯୋଗ୍ୟ ଯେ, ଶ୍ରାବଣ ମାସ ଶେଷ ସୋମବାର ହୋଇଥିବାରୁ ପ୍ରସିଦ୍ଧ ଶୈବପୀଠ ମୀନାଝୋଲା ଠାରେ ଜଳ ଲାଗି କରିବାକୁ ଅନେକ ଭୋଳାବାବା ଭକ୍ତ ଆସିଥିଲେ । ତେବେ ନିଖୋଜ ଥିବା ଦୁଇ ନାବାଳକ ଖେଳି ଖେଳି ନଦୀର ପାଣି ଆଡକୁ ଆସି ଯାଇଥିଲେ । ମୀନାଝୋଲା ଅଳ୍ପ ଦୂରରେ ଦୁଇଟି ନଦୀ ଚାଉଳ ଧୂଆ ଓ ଫଳଫଳିଆ ନଦୀ ପାଣି ବାଂଶଧାରା ନଦୀକୁ ଆସୁଛି । ତେଣୁ ପାହାଡିଆ ନଦୀ ପ୍ରଖର ସ୍ରୋତରେ ଦୁଇ ଭାସିଯାଇ ନିଖୋଜ ଥିଲେ । ବଂଶଧାରା ନଦୀ ପାଣି ସ୍ରୋତରେ ସୋମବାର ଦୁଇ ଶିଶୁ ଭାସି ନିଖୋଜ ହୋଇ ଯାଇଥିଲେ । ଦୁଇ ଜଣଙ୍କ ମଧ୍ୟରେ ଜଣେ ୯ ବର୍ଷର ନାବାଳକ ରତ୍ନାକର ବଡନାୟକ । ଅନ୍ୟ ଜଣେ ୧୦ ବର୍ଷର ନାବାଳିକା ସ୍ମୃତି ବଡସେଟ୍ । ଦୁଇ ଜଣଙ୍କ ଘର କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ୍ ଶ୍ରୀରାମପୁର ଗ୍ରାମରେ । ଦମକଳ ବାହିନୀ ଓ ଭାମିନିର ଦ୍ବିତୀୟ ଆଇଆରବିଏନ୍ କ୍ୟାମ୍ପ୍ର ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ । ଏବେ ଜଣେ ଶିଶୁଙ୍କ ମୃତଦେହକୁ ମୀନାଝୋଲା ତଳ ପଟକୁ ଥିବା ପାଲକା ପଦର ନିକଟ ବାଂଶଧାରା ନଦୀରୁ ଉଦ୍ଧାର କରାଯାଇଥିବା ଜଣାପଡିଛି ।
You Can Read :