ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ଭାସୁଛି ମୃତଦେହ, ଶୌଚ ହେବାକୁ ଯାଇ ନିଖୋଜ ଥିଲେ

Published By : Prameya-News7 Bureau | February 28, 2024 IST

କଳାହାଣ୍ଡି ୨୮।୨: କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପୁଣି ଏକ ଶବ ଉଦ୍ଧାର । ବୁଧବାର ସକାଳେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ବ୍ରାହ୍ମଣ କେନ୍ଦୁଗୁଡା ନିକଟରୁ ଜନୈକ ବୃଦ୍ଧଙ୍କ ଶବ ଉଦ୍ଧାର କରାଯାଇଛି । ବୃଦ୍ଧ ଜଣକ ହେଉଛନ୍ତି ଜୟପାଟଣା ଥାନା ଅଧିନସ୍ଥ ଘେନୁଗୁଡା ଗ୍ରାମର ବୈଦ୍ୟନାଥ ଧଙ୍ଗଡା ମାଝୀ ।

{"id":914822,"width":741,"height":408,"sizeSlug":"full","linkDestination":"none"}

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଘେନୁଗୁଡା ଗ୍ରାମର ବୈଦ୍ୟନାଥ ଧଙ୍ଗଡା ମାଝୀ ମଙ୍ଗଳବାର ଅପରାହ୍ନରେ ଶୌଚ ପାଇଁ ଯାଇଥିବା ବେଳେ କେନାଲ ପାଣିରେ ଗୋଡ ଖସିଯିବାରୁ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ଲୋକ ଜୟପାଟଣା ଥାନାରେ ବୃଦ୍ଧଙ୍କ ନିଖୋଜ ନେଇ ଏକ ଏତଲା ଦେଇଥିଲେ । ବୁଧବାର ସକାଳେ ବ୍ରାହ୍ମଣକେନ୍ଦୁଗୁଡା ଗ୍ରାମର କିଛି ଲୋକ କେନାଲରେ ଏକ ଶବ ଭାସୁଥିବା ଦେଖି ତୁରନ୍ତ କଲମପୁର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ ।

You Can Read :

wp:embed {"url":"https://www.prameyanews7.com/cm-inaugurated-manmath-manoj-smaraki-at-balasore/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cm-inaugurated-manmath-manoj-smaraki-at-balasore/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.