ନିଖୋଜ କାଉଡିଆଙ୍କ ମୃତଦେହ ୨୪ ଘଣ୍ଟା ପରେ ଉଦ୍ଧାର

Published By : Prameya-News7 Bureau | August 14, 2018 IST

ଜଗତସିଂହପୁର ୧୪/୮ : ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଝୁଲା ବାବା ମଠ ନିକଟରେ ମହାନଦୀ ଘାଟରୁ ଗତକାଲି ସକାଳେ ଜଳାଭିଷେକ ଲାଗି ପାଣି ଉଥାଉ ଥିବାବେଳେ ନିଖୋଜ ହୋଇ ଯାଇଥିବା କାଉଡ଼ିଆ ମହମଦାବାଦ ଗାଁର ସିଦ୍ଧାର୍ଥ ଦାସଙ୍କ ମୃତ ଦେହ ଆଜି ୨୪ ଘଣ୍ଟା ପରେ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀ ଦୀର୍ଘ ୨୪ ଘଣ୍ଟା କାଳ ଖୋଜା ଖୋଜି କରିବା ପରେ ଆଜି ନିକଟସ୍ତ ତାରତଲ ସେତୁ ନିକଟରୁ ଉଦ୍ଧାର କରିଛନ୍ତି । ଗତକାଲି ମହମ୍ମଦାପୁର ଗାଁର କିଛି କାଉଡ଼ିଆ ଜଳଲାଗି ନିମନ୍ତେ ମହାନଦୀ ଘାଟରୁ ପାଣି ଉଠାଉ ଥିବା ବେଳେ ସିଦ୍ଧାର୍ଥ ଦାସ ଓ ସରୋଜ ନାଥ ସ୍ରୋତରେ ଭାସି ଯାଇଥିଲେ । ହେଲେ ସରୋଜଙ୍କୁ ଉପସ୍ଥିତ ଅନ୍ୟ କିଛି ଲୋକ ଜୀବନ୍ତ ଉଦ୍ଧାର କରି ଦେଇ ଥିବା ବେଳେ ସିଦ୍ଧାର୍ଥ ଭାସି ଯାଇ ନିଖୋଜ ହୋଇ ଯାଇଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.