ଲୋକପ୍ରିୟ ରାପର୍ ନେସ୍‌ଲି କନସୁଏଗ୍ରାଙ୍କୁ ହତ୍ୟା ! ଗୁଏଟମାଲନ ସିଟିରୁ ମୃତଦେହ ଉଦ୍ଧାର କଲା ପୋଲିସ

Published By : Prameya-News7 Bureau | December 09, 2022 IST

ନ୍ୟୁୟର୍କ: ଗୁଏଟମାଲନର ଲୋକପ୍ରିୟ ହିପ୍ ହପ୍ ରାପରଙ୍କୁ ହତ୍ୟା ସନ୍ଦେହ । ଭଙ୍ଗା କାର୍ ଭିତରୁ ନେସଲି କନସୁଏଗ୍ରାଙ୍କ ମଳିଲା ମୃତଦହେ । ଏକ ବ୍ୟାରେଲ୍ ଭିତରେ ରଶିରେ ବନ୍ଧା ହୋଇଥିବା ଅବସ୍ଥାରେ ରାପରଙ୍କ ମୃତଦେହକୁ ନ୍ୟାସନାଲ ସିଭିଲ୍ ପୋଲିସ ଉଦ୍ଧାର କରିଛି ।

ଦି ୟୁଏସ ସନର ରିପୋର୍ଟ ଅନୁଯାୟୀ, ତିନି ହେଲା ନିଖୋଜ ଥିଲେ ରାପର ନେସଲି କନସୁଏଗ୍ରାଙ୍କ । ଶୁକ୍ରବାର ଅଫିସରୁ ଘରକୁ ଫେରୁଥିବା ସମୟରେ ଗୁଏଟମାଲନ ସହରରେ ତାଙ୍କୁ ସ୍ଥାନୀୟ ଲୋକେ ଦେଖିଥିଲେ । ଏହା ପରେ ସୋମବାର ଅର୍ଥାତ୍ ତିନି ଦିନ ପରେ ଏକ ବ୍ୟାରେଲ୍ ଭିତରୁ ତାଙ୍କ ମୃତଦେହ ମିଳିଛି । ତାଙ୍କୁ ହତ୍ୟାକରି ଭିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି ।

କୌଣସି ମାରଣାସ୍ତ୍ରରେ ନେସଲି କନସୁଏଗ୍ରାଙ୍କ ମୁଣ୍ଡକୁ ଆଘାତ କରାଯାଇଛି । ହତ୍ୟା ପରେ ତାଙ୍କ ହାତଗୋଡ଼ ବାନ୍ଧି ବ୍ୟାରେଲ୍ ଭିତରେ ଭର୍ତ୍ତି କରି ଭିଙ୍ଗି ଦିଆଯାଇଥିଲା । ପୋଲିସ ହତ୍ୟା ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ସାଙ୍ଗସାଥୀଙ୍କ ସହିତ ଅଫିସ୍ ସହପାଠୀଙ୍କୁ ପଚରାଉଚରା କରୁଛି ।
୨୭ ବର୍ଷୀୟା ନେସଲି କନସୁଏଗ୍ରା ୨୦୧୩ରୁ ହିପ୍ ହପ୍ ଅଭିନେତ୍ରୀ ଭାବେ କାମ କରୁଥିଲେ। ଏହା ସହିତ ସେ ମହିଳା ଫ୍ରିଷ୍ଟାଇଲ୍ ଆନ୍ଦୋଳନରେ ମଧ୍ୟ ନେତୃତ୍ବ ନେଇଥିଲେ । ଯାହା ‘ଓମେନ୍ ଫ୍ରି’ ନାମାରେ ଲୋକପ୍ରିୟ । ମହିଳାଙ୍କୁ ସବୁ ସମୟରେ ସହଯୋଗ କରନ୍ତି ନେସଲି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.