କେନାଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ୩ ଦିନରୁ ଥିଲେ ନିଖୋଜ

Published By : Prameya-News7 Bureau | September 24, 2021 IST

ଚଣ୍ଡିଖୋଲ ୨୪।୯: ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଶାସନ ପୁରୁଷୋତ୍ତମପୁର ହାଇ ଲେବଲ କେନାଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତ ଯୁବତୀ ଧାନମଣ୍ଡଳ ଅଂଚଳର ରାମ ପଣ୍ଡାଙ୍କ ଝିଅ ରୀନା ରାଣୀ ପଣ୍ଡା । ଯୁବତୀ ଜଣକ ତିନି ଦିନ ହେବ ନିଖୋଜ ଥିବାବେଳେ ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ଧାନମଣ୍ଡଳ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଥିଲା । ଏ ନେଇ ଶୁକ୍ରବାର ହାଇ ଲେବଲ କେନାଲରେ ଯୁବତୀଙ୍କ ମୃତଦେହ ଭାଷୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।

ଏ ନେଇ ଧାନମଣ୍ଡଳ ଫାଣ୍ଡି ପୋଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାଣିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ମେଡିକାଲକୁ ପଠାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳ ଲୋକାରଣ୍ୟ ହୋଇ ପଡ଼ିଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.