୧୬ ଶହ କିମି ଦୂରରୁ ମିଳିଲା ପାଳିତ କୁକୁର, ବର୍ଷେ ପୂର୍ବରୁ ହୋଇଯାଇଥିଲା ନିଖୋଜ
22/12/2022 at 10:55 PM

ନୂଆଦିଲ୍ଲୀ, ୨୨/୧୨: ହଜି ଯାଇଥିବା ପାଳିତ କୁକୁରକୁ ୧୬ ଶହ କିଲୋମିଟର ଦୂରରୁ ପୁଣି ଥରେ ଫେରି ଆସିବା ଏହାର ମାଲିକଙ୍କୁ ଚକିତ କରିଛି । ବର୍ଷେ ତଳେ କେଉଁ ଆଡ଼େ ହଜିଯାଇଥିବା ଜର୍ମାନ ଶେଫାର୍ଡ କୁକୁରକୁ ପାଇବା ପାଇଁ ମାଲିକ ବହୁତ ଚେଷ୍ଟା କରିଥିଲେ ବି ଏଥିରେ ବିଫଳ ହୋଇଥିଲେ । ହେଲେ କୁକୁର ବର୍ଷ ପରେ ଫେରିବା ଖବର ପାଇ ସେ ଏହାକୁ ଖ୍ରୀଷ୍ଟମାସ ଚମତ୍କାର ବୋଲି କହିଛନ୍ତି ।
ମିଳିଥିବା ସୂଚନା ଅନୁସାରେ କୁକୁରଟିର ନାମ ଜେପଲିନ୍ ହୋଇଥିବା ବେଳେ ଏହାର ମାଲିକ ହେଉଛନ୍ତି ସାନ୍ଦ୍ରା ଓ ନେଇଲ୍ । କିଛିଦିନ ତଳେ ଜେପ୍ଲିନ୍ ଠାରେ ଲଗାଇଥିବା ମାଇକ୍ରୋ ଚିପ୍ର କମ୍ପାନୀ ପକ୍ଷରୁ ନେଇଲ୍ଙ୍କୁ ଫୋନ୍ ଆସିଥିଲା । କମ୍ପାନୀ ପକ୍ଷରୁ ତାଙ୍କୁ ଜେପ୍ଲିନ୍ ଜଣେ ବ୍ୟକ୍ତିଙ୍କ ପାଖରେ ଥିବା ତାଙ୍କୁ ସୂଚନା ଦିଆଯାଇଥିଲା । କେହିଜଣେ ତାକୁ ୧୬ ଶହ କିମି ଦୂର କନ୍ସାସ୍ ରୁ ଠାବ କରିଥିବା ସେ କହିଥିଲେ । କୁକୁରଟି ବର୍ଷେରୁ ଅଧିକ ସମୟ ଧରି କର୍ଲିଫର୍ଣ୍ଣିଆର ପଶ୍ଚିମ ସାକ୍ରାମେଣ୍ଟୋ ଅଞ୍ଚଳରେ ନିଖୋଜ ହୋଇଯାଇଥିଲା ।
ନେଇଲି ତାଙ୍କର ପ୍ରିୟ ବ୍ୟାଣ୍ଡ୍ ଲେଡ୍ ଜେପଲିନ୍ ନାମ ଅନୁସାରେ କୁକୁରଟିର ନାମ ରଖିଥିଲେ । ଜେପଲନ୍ ବେଶ୍ ମେଳାପି । ସେ ପାଖରେ ଥିବା ଏକ ନିର୍ମାଣଧୀନ କୋଠା ପାଖକୁ ବୁଲିବାକୁ ଯାଏ । ହେଲେ ଦିନେ ସେଠାରେ ସେ ହଜିଯାଇଥିଲା । ବହୁ ଖୋଜାଖୋଜି ପରେ ବି ସେ ମିଳିନଥିଲା । ହେଲେ ମାଇକ୍ରୋଚିପ୍ ତାର ଶରୀରରେ ଲାଗିଥିବାରୁ ସେ ନିଶ୍ଚୟ ଫେରିବ ବୋଲି ନେଇଲି ଆଶା ରଖିଥିଲେ ।
ତେବେ ତାକୁ ମେରୀ ହାଷ୍ଟିଙ୍ଗ୍ ନାମକ ଜଣେ ମହିଳା ନେଇଲିଙ୍କ ପାଖରେ ପହଞ୍ଚାଇବା ପାଇଁ ଆସୁଛନ୍ତି । ତାଙ୍କୁ ନେଇଲି ଧନ୍ୟବାଦ ଦେବା ସହ ଏତେ ଦିନ ପରେ କୁକୁରକୁ ଫେରି ପାଇଥିବାରୁ ତାଙ୍କ ପରିବାରରେ ଖୁସିର ଲହରୀ ଦେଖିବାକୁ ମିଳିଛି ।