କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନିଖୋଜ ଡାକ୍ତର ଅମ୍ଳାନ ଭୋଇ କର୍ଣ୍ଣାଟକରେ ଠାବ

Published By : Prameya-News7 Bureau | June 05, 2024 IST

ମାଲକାନଗିରି ୫।୬: ନିଖୋଜ ଡାକ୍ତର ଅମ୍ଳାନ ଭୋଇ କର୍ଣ୍ଣାଟକରେ ଠାବ ହୋଇଛି । କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇ । କର୍ଣ୍ଣାଟକରୁ ଡାକ୍ତରଙ୍କୁ ଠାବ କଲା ପୋଲିସ । ଗତ କିଛି ତଳେ ନିଖୋଜ ହୋଇଥିଲେ ଡାକ୍ତର । ଥାନାରେ ଏତଲା ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ ।

ଗତ ୧ ତାରିଖ ରାତିରୁ ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ କୁମାର ଭୋଇ ନିଖୋଜ ହୋଇଥିଲା । ମୋବାଇଲ ଟ୍ରାକ୍ କରିବା ପରେ ଡାକ୍ତର ଅମ୍ଳାନ କର୍ଣ୍ଣାଟକରେ ରହିଥିବା ଜଣାପଡିଛି । ପରେ ମାଲକାନଗିରି ପୋଲିସର ରିପୋର୍ଟ କ୍ରମେ କର୍ଣ୍ଣାଟକ ପୋଲିସ ତାଙ୍କୁ ଠାବ କରିବା ସହ ଥାନାରେ ଅଟକ ରଖିଛନ୍ତି । ମାଲକାନଗିରିରୁ ଏକ ପୋଲିସ ଟିମ୍ କର୍ଣ୍ଣାଟକ ଯାଇଛନ୍ତି ଡାକ୍ତର ଅମ୍ଳାନ କୁମାର ଭୋଇଙ୍କୁ ଆଣିବା ଲାଗି । ମାଲକାନଗିରି ପହଞ୍ଚିବା ପରେ ଡାକ୍ତର ଅମ୍ଳାନ କାହିଁକି ଏହି ଅପହରଣ ନାଟକ କରିଥିଲେ ଜଣାପଡିବ ।

You Can Read :

ମାଣିଆବନ୍ଧ IICଙ୍କ ବାସଭବନରେ ଭଙ୍ଗାରୁଜା, ଗାଡ଼ି ଭାଙ୍ଗିଲେ ଦୁର୍ବୃତ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.