ନିଖୋଜ ଶିଶୁର ଗଳିତ ପାଦ ଉଦ୍ଧାର ! ହତ୍ୟା ସନ୍ଦେହ, ପୋଲିସର ଛାନଭିନ୍

Published By : Prameya-News7 Bureau | January 19, 2020 IST

କେନ୍ଦୁଝର ୧୯/୧: କେନ୍ଦୁଝର ଜିଲ୍ଲା ଯୋଡ଼। ଥାନା ଅନ୍ତର୍ଗତ ବାଂଶପାଣି ଟୋଲଗେଟ୍ ନିକଟ ବସ୍ତି ପାଖରେ ଆଜି ଏକ ଶିଶୁର ଗଳିତ ପାଦ ପଡ଼ିଥିବାର ଦେଖିବାକୁ ମିଳିଛି । କୁକୁର ଏହି ପାଦକୁ ଆଣି ସେଠାରେ ପକାଇଥିବାର ବସ୍ତିର କିଛି ଛୋଟ ପିଲା ପ୍ରଥମେ ଦେଖିଥିଲେ । ଏନେଇ ଯୋଡ଼। ପୋଲିସକୁ ସୂଚନା ଦିଆଯାଇଥିଲା । ଯୋଡ଼। ପୋଲିସ ଘଟଣା ସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଛି । ଅଧିକ ତଦନ୍ତ ପାଇଁ ସାଇଂଟିଫିକ୍ ଟିମକୁ ଡକାଯାଇଛି ।

{"id":213368,"sizeSlug":"large"}

 ତେବେ ମିଳିଥିବା ଏହି ପାଦ, ବସ୍ତିର ବାପ ଛେଉଣ୍ଡ ସାଢ଼େ ୩ ବର୍ଷର ଶିଶୁପୁତ୍ର ରୋହିତ ଓରାମର ବୋଲି ମାଆ ଶଶୀ ଓରାମ୍ ଦାବି କରିଛନ୍ତି । ରୋହିତକୁ ଅପହରଣ କରି ହତ୍ୟା କରାଯାଇଥିବା ସନ୍ଦେହ ବ୍ୟକ୍ତ କରିଛନ୍ତି ମାଆ ଶଶୀ ଓରାମ୍ ।

{"id":213369,"sizeSlug":"large"}

 ଶଶୀଙ୍କ କହିବା ଅନୁଯାୟୀ, ସ୍ବାମୀଙ୍କ ମୃତ୍ୟୁ ପରେ ହୋଟେଲରେ କାମକରି ନିଜର ୨ଝିଅ ଓ ସାନପୁଅ ରୋହିତର ଲାଳନ ପାଳନ କରିଆସୁଥିଲେ । ଗତ ୪ସପ୍ତାହ ତଳେ ଛୁଆଙ୍କୁ ଖାଇବାକୁ ଦେଇ ସେ କାମକୁ ଚାଲିଯାଇଥିଲେ । ତେବେ କାମରୁ ଫେରିବା ବେଳକୁ ପୁଅ ରୋହିତ ନିଖୋଜ ହୋଇଯାଇଥିଲା । ସଂପର୍କୀୟଙ୍କ ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ରୋହିତର କୌଣସି ପତ୍ତା ପାଇ ନଥିଲେ । ଏନେଇ ତାଙ୍କର ଜଣେ ସଂପର୍କୀୟ କକା ଯୋଡ଼। ଥାନାରେ ଜଣାଇଥିଲେ ବୋଲି କହିଛନ୍ତି । ତେବେ ଆଜି ମିଳିଥିବା ଏହି ଗଳିତ ପାଦଟି ତାଙ୍କର ନିଖୋଜ ଥିବା ସାଢ଼େ ୩ ବର୍ଷ ପୁଅ ରୋହିତର ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିବା ସହ ରୋହିତକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏହି ହତ୍ୟାକାଣ୍ଡ ପଛରେ ତାଙ୍କର ଜଣେ ସଂପର୍କିୟ ଦିଅରଙ୍କ ହାତ ଥିବା ସନ୍ଦେହ ପ୍ରକାଶ କରିଛନ୍ତି ଶଶୀ । ପୋଲିସ ପକ୍ଷରୁ ସମସ୍ତ ଘଟଣାର ଛାନଭିନ କରାଯାଉଥିବାବେଳେ, କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.