Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଭୁବନେଶ୍ବରରୁ ଅପହରଣ ରାଇରଙ୍ଗପୁରରୁ ଉଦ୍ଧାର, ପୁଅ ନଥିବାରୁ ୩ବର୍ଷର ଶିଶୁକୁ ନେଇଯାଇଥିଲେ ଦମ୍ପତ୍ତି

29/06/2022 at 4:43 PM

ଭୁବନେଶ୍ବର ୨୯।୬: ଭୁବନେଶ୍ବରରୁ ଅପହରଣ ରାଇରଙ୍ଗପୁର ବହଳଦାରୁ ଉଦ୍ଧାର । ସାଲିଆ ସାହି ନିବାସ ନଗରରେ ରହୁଥିବା ଜଣେ ବିଧବା ଓ ମାନସିକ ଭିନ୍ନକ୍ଷମଙ୍କ ମହିଳାଙ୍କ ତିନି ବର୍ଷର ଶିଶୁ ପୁତ୍ରକୁ ବହଳଦା ବସଷ୍ଟାଣ୍ଡରୁ ଉଦ୍ଧାର କରିଛି ନୟାପଲ୍ଲୀ ଥାନା ପୋଲିସ । ଅପହରଣ ଅଭିଯୋଗରେ ସାଲିଆ ସାହିରେ ଭଡ଼ାରେ ରହୁଥିବା ସ୍ଵାମୀ-ସ୍ତ୍ରୀଙ୍କୁ ଗିରଫ କରି ଭୁବନେଶ୍ବର ଆଣୁଛି ନୟାପଲ୍ଲୀ ଥାନା ପୋଲିସ । ଦମ୍ପତ୍ତିଙ୍କର କେବଳ ଝିଅ ଥିବାରୁ ସେ ପୁଅଟିକୁ ନେଇଯାଇଥିବା ଭୁବନେଶ୍ବର ଜୋନ୍ ଏସିପି କହିଛନ୍ତି ।

ଗତ ୨୭ ତାରିଖରୁ ଶିଶୁପୁତ୍ରକୁ ଅପହରଣ କରାଯାଇଥିଲା । ଏବେ ନୟାପଲ୍ଲୀ ଥାନା ପୋଲିସ ଶିଶୁକୁ ଧରି ଭୁବନେଶ୍ବର ଫେରୁଛି । ତେବେ ଅପହରଣ କରିଥିବା ଦମ୍ପତ୍ତିଙ୍କର କୌଣସି ପୁତ୍ର ଜନ୍ମ ନହେବାରୁ ସେ ଏହିଭଳି ପଦକ୍ଷେପ ନେଇଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି ।

ଗତ ଏକ ମାସ ମଧ୍ୟରେ ରାଜଧାନୀରୁ୧୧ ଜଣ ଶିଶୁ ଅପହରଣ ହୋଇଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି । ଏମାନଙ୍କ ମଧ୍ୟରୁ କିଛି ଅପହର୍ତ୍ତାଙ୍କୁ କମିଶନରେଟ୍ ପୋଲିସ ଉଦ୍ଧାର କରିଛି ।

   Related Posts