ପୋଖରୀରୁ ୪ବର୍ଷ ଶିଶୁର ମୃତଦେହ ଉଦ୍ଧାର, ଖେଳିବାକୁ ଯାଇ ଥିଲେ ନିଖୋଜ

Published By : Prameya-News7 Bureau | November 05, 2019 IST

କେନ୍ଦୁଝର ୫।୧୧: ପୋଖରୀରୁ ନିଖୋଜ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି । କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଖିଡିକିଦ୍ବାର ସାହିରେ ଗତକାଲିଠାରୁ ନିଖୋଜ ଥିବା ୪ବର୍ଷର ଶିଶୁର ମୃତଦେହ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର ହୋଇଛି ।

{"id":179477}

ସୂଚନାଯୋଗ୍ୟ ଯେ, ଗତକାଲି ଦିନବେଳେ ଜିତେନ୍ଦ୍ର ନାଏକଙ୍କ ଚାରି ବର୍ଷର ପୁଅ ଦିବ୍ୟାଙ୍କର ନାଏକ ଖେଳିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ । ବହୁ ଖୋଜା ଖୋଜି ପରେ ଦିବ୍ୟାଙ୍କରକୁ ନପାଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଆଜି ସକାଳୁ ଖୋଜା ଖୋଜି ଚାଲିଥିବା ବେଳେ ହଠାତ୍ ନିକଟସ୍ଥ ପୋଖରୀରେ ମୃତଦେହଟି ଭାସୁଥିବା ସାହି ଲୋକେ ଦେଖିଥିଲେ। ଖବର ପାଇ ଟାଉନ ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.