ଦୀର୍ଘ ୧୨ ଦିନ ହେବ ମିଳୁନାହିଁ ପୁଅର ପତ୍ତା: ଖାଇବା-ପିଇବା ଛାଡି ଦେଲେଣି ବାପ-ମାଆ ୨ ଜଣ

Published By : Prameya-News7 Bureau | December 17, 2020 IST

ଭଞ୍ଜନଗର୧୭/୧୨: ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ନୂଆଁ ଟାଙ୍ଗଣ ଗାଁର କୋକସାହୁଙ୍କ ବଡ଼ ପୁଅ ମିଥୁନ ସାହୁ ଦୀର୍ଘ ୧୨ ଦିନ ହେବ ନିଖୋଜ ଅଛନ୍ତି। ଏ ନେଇ ନିଖୋଜ ମିଥୁନ ବାପା ତାରାସିଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ନ୍ୟୁଜ୍ ସେଭେନ୍ ଡିଜିଟାଲ ପ୍ଲାଟଫର୍ମ (www.prameyanews7.com)ରେ ଖବର ପ୍ରସାରଣ ପରେ ସ୍ଥାନୀୟ ପୋଲିସ୍ ତତ୍ପର ଦେଖାଇଛି। ସନ୍ଧାନୀ କୁକୁର ସହ ପୋଲିସ୍ କର୍ମଚାରୀମାନେ ମିଥୁନଙ୍କୁ ଖୋଜାଖୋଜି ଚଳାଇଛନ୍ତି। ଏପଟେ ପୁଅକୁ ଖୋଜି ଖୋଜି ବାପ-ମାଆ ୨ ଜଣ ଖାଇବା-ପିଇବା ଛାଡି ଦେଲେଣି।

{"id":378726,"sizeSlug":"large","linkDestination":"none"}

ସୂଚନାଥାଉକି ଗତ ୨ ତାରିଖ ଠାରୁ ମିଥୁନ ନିଖୋଜ ଅଛନ୍ତି। ଆଜି ଯାଏଁ ସେ ଘରକୁ ଫେରି ନାହାଁନ୍ତି।ପରିବାର ଲୋକେ କହିବା ମୁତାବକ, ୨ ଜଣ ସାଙ୍ଗ ସହ ମିଶି ମିଥୁନ କୁଆଡ଼େ ଚାଲିଛନ୍ତି। ଏପଟେ ସାଙ୍ଗରେ ଥିବା ୨ ଜଣ ସାଙ୍ଗ କହିଛନ୍ତି ଯେ, ମିଥୁନ ସଂପର୍କରେ ସେମାନେ କିଛି ଜାଣିନାହାନ୍ତି। ମିଥୁନଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକଙ୍କ ମନରେ ସନ୍ଦେହ ଘନେଇବାରେ ଲାଗିଛି। ଅନ୍ୟପଟେ ତାରାସିଙ୍ଗ ଥାନା ଅଧିକାରୀ ମିଥୁନର ୨ ସାଙ୍ଗଙ୍କୁ ଡାକି ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.