Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ ବିକ୍ଷୋଭ କରୁଥିଲେ କଂଗ୍ରେସ ନେତା; ଉଠାଇନେଲା ଦିଲ୍ଲୀ ପୁଲିସ
  • ||
  • ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub; ୧୪୦ ଇଞ୍ଜିନିୟର ହେବେ ପ୍ରଭାବିତ
  • ||
  • ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା; ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ, ଦୁଇ ବର୍ଷ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୁଳକ
  • ||
  • ଭଦ୍ରକ: ଶ୍ରୀରାମନବମି ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳଶ ଶୋଭାଯାତ୍ରା
  • ||
  • ପାଟଣା: ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଲେ ଧନୁତୀରଧାରୀ ୯ ଶୀକାରି
  • ||
  • ମେକ୍ସିକୋରେ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ; ୩୯ ମୃତ, ଏକାଧିକ ଆହତ
  • ||
  • ସୁନ୍ଦରଗଡ : ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ
  • ||
  • ବାଲେଶ୍ବର : ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର
  • ||
  • ଆନନ୍ଦପୁର: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ
  • ||

ଅଧା ରାତିରେ ଗାୟବ ହୋଇଥିବା ଶିଶୁ ୪ ଘଣ୍ଟା ପରେ ଗାତରୁ ଉଦ୍ଧାର

6/06/2018 at 1:42 PM

ଚାଲି ଜାଣି ନଥିବା ଶିଶୁଟି ଅଧରାତିରୁ ମା କୋଳରୁ ହୋଇଗଲା ଗାଏବ |ବପା ଓ ମାଙ୍କ ନିଦ ଭାଙ୍ଗିବାରୁ ଏହା ଦେଖି ଅବାକ ହୋଇଯିବା ସହ ପିଲାଚୋର ଗୁଜବ ଭୟରେ ସେମାନେ ଭାଙ୍ଗି ପଡିଲେ |କିଛି ସମୟ ଖୋଜିବା ପରେ ଏକ ଗାତ ଭିତରେ ରାତି କଟାଇଥିବା ଶିଶୁଟିକୁ ଉଦ୍ଧାର କରାଗଲା |ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ରେଳବାଇ କଲୋନୀରେ |ଭିଓ1-ଆଜି ଜନ୍ମଦିନ ଥିଲା ଦୁଇବର୍ଷର ଝିଅ ଦିବ୍ୟାର |ରେଳବାଇ କଲୋନୀର ଦୀପକ ପ୍ରସାଦ ଓ କବିତାଦେବୀଙ୍କ ଏହି ଦୁଇବର୍ଷ ଝିଅ ଭାଗ୍ୟବଳରେ ପୁଣି ଫେରିଲା ନିଜ ମା ବାପାଙ୍କ କୋଳକୁ |ଅଳ୍ପକେ ବର୍ତ୍ତିଲା ଦୁଇ ବର୍ଷର ଶିଶୁକନ୍ୟା ଦିବ୍ୟା |ଅର୍ଦ୍ଧରାତିରେ ମା କୋଳରୁ ଗାଏବ ଶିଶୁକନ୍ୟାକୁ ଏକ ଗାତ ଭିତରୁ ପ୍ରାୟ 4 ଘଣ୍ଟା ପରେ ଉଦ୍ଧାର କରାଗଲା |ଗତରାତିରେ ରେଳବାଇ କଲୋନୀର ବସ୍ତି ଅଞ୍ଚଳର ଏକ ଝୁମ୍ପୁଡିରେ ରହୁଥିବା ଦୀପକ ପ୍ରସାଦ ଓ କବିତାଦେବୀ ନିଜ ପିଲାଙ୍କ ସହ ଶୋଇଥିଲେ |କିନ୍ତୁ ରାତି ପ୍ରାୟ ଅଢେଟା ବେଳକୁ ଦୀପକଙ୍କ ନିଦ ଭାଙ୍ଗିବାରୁ ସେ ମା କୋଳରେ ଝିଅ ନଥିବା ଓ ଘରର କବାଟ ଖୋଲା ଥିବା ଦେଖି ନିଜ ସ୍ତ୍ରୀକୁ ନିଦରୁ ଉଠାଇଥିଲେ |ପରେ ପରିବାରର ସମସ୍ତେ ଉଠି ଶିଶୁକନ୍ୟାକୁ ନଦେଖିବାରୁ ଘରେ କାନ୍ଦ ବୋବାଳି ପଡିଲା |ହୋ-ହାଲ୍ଲା ଶୁଣି ପଡୋଶୀଙ୍କ ସମେତ ସ୍ଥାନୀୟ ଲୋକେ
ପହଞ୍ଚି ଗାଏବ୍ ଶିଶୁକନ୍ୟାର ସନ୍ଧାନରେ ବାହାରିଲେ |ଖୋଜିବାକୁ ବାହାରିବା ପରେ ଘର ନିକଟରୁ ପ୍ରାୟ 300 ଇଟର ଦୁରରେ ନିର୍ମାଣାଧୀନ ଏକ ପ୍ରକଳ୍ପ ସ୍ଥଳରେ ରହିଥିବା ଗାତ ଭିତରେ ଶିଶୁକନ୍ୟାର କାନ୍ଦ ଶୁଣି ତାକୁ ଉଦ୍ଧାର କରିଥିଲେ |

Leave a Reply

   Related Posts