ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି । ଦୁଇ ଦେଶ ମଧ୍ୟରେ ତିକ୍ତତା ଏବଂ ସଂଘର୍ଷ ଭିତରେ ମଙ୍ଗଳବାର ରାତିରେ ଇସ୍ରାଏଲ୍ ଉପରେ ଇରାନ ବାଲିଷ୍ଟିକ୍ ମିସାଇଲ ହମ୍ଲା କରିଛି । ଇସ୍ରାଏଲ୍ ଉପରେ ପ୍ରାୟ ୪୦୦ରୁ ଅଧିକ ମିସାଇଲ୍ ଆକ୍ରମଣ ହୋଇଥିବା ଇସ୍ରାଏଲୀ ସୁରକ୍ଷା ବଳ ସ୍ପଷ୍ଟ କରିଛି । ଏହାସହ କୁହାଯାଇଛି ଯେ ଏହି ଆକ୍ରମଣକୁ ଦୃଷ୍ଟିରେ ରଖି ଇସ୍ରାଏଲୀ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ଏହି ମିସାଇଲ୍ ମାଡ଼ର କିଛି ଘଣ୍ଟା ପୂର୍ବରୁ ଆମେରିକା ଚେତାବନୀ ଜାରି ଇରାନ ବାଲିଷ୍ଟିକ୍ ମିସାଇଲ ମାଡ଼ କରିପାରେ ବୋଲି କହିଥିଲା ।
⭕️ IDF: A short while ago, missiles were launched from Iran towards the State of Israel.
— Israel Foreign Ministry (@IsraelMFA) October 1, 2024
Israelis are instructed to remain alert and precisely follow the Home Front Command's instructions
In the last few minutes, the Home Front Command has distributed life-saving instructions…
ଇସ୍ରାଏଲ୍ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଟ୍ୱିଟ୍ କରି କହିଛି ଯେ ଇସ୍ରାଏଲ୍ ଉପରେ ୪୦୦ରୁ ଅଧିକ ମିସାଇଲ୍ ଆକ୍ରମଣ କରାଯାଇଛି ଏବଂ ସାରା ଦେଶରେ ଏୟାର ଷ୍ଟ୍ରାଇକ ସାଇରନ୍ ଆକ୍ଟିଭ କରାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ଏବଂ ବୋମା ଆଶ୍ରୟ ସ୍ଥଳରେ ରହିବା ପାଇଁ ଆଦେଶ ଦିଆଯାଇଛି । ଇସ୍ରାଏଲ୍ ପୂର୍ବରୁ ଚେତାବନୀ ଦେଇସାରିଛି ଯେ ଯଦି ଇରାନ ଆକ୍ରମଣ କରେ ତେବେ ଏହାର ପରିଣାମ ଭୟଙ୍କର ହେବ । ଏବେ ଅନୁମାନ କରାଯାଉଛି ଯେ ଇରାନ ଉପରେ ଇସ୍ରାଏଲ ପାଲଟା ଆକ୍ରମଣ କରିପାରେ ।
All Israeli civilians are in bomb shelters as rockets from Iran are fired at Israel. pic.twitter.com/bKXPdqMsBr
— Israel Defense Forces (@IDF) October 1, 2024
ଇସ୍ରାଏଲୀ ସେନା ଅନୁସାରେ ସବୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ଲୋକଙ୍କୁ ବୋମା ସେଲ୍ଟରକୁ ପଠାଯାଇଛି ଏବଂ ସମସ୍ତ ସୁରକ୍ଷା ସୁନିଶ୍ଚିତ କରାଯିବ । ଇରାନର ମିସାଇଲ୍ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟ ବୟାନ ସାମନାକୁ ଆସିଛି । ରାଷ୍ଟ୍ରପତି ବାଇଡେନ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ଇସ୍ରାଏଲକୁ ଇରାନର ମିସାଇଲ୍ ଆକ୍ରମଣରୁ ରକ୍ଷା ଏବଂ କ୍ଷେତ୍ରରେ ଆମେରିକା ସେନାର ରକ୍ଷା କରିବାରେ ସାହାଯ୍ୟ ପାଇଁ ପ୍ରସ୍ତୁତ ଅଛୁ । ଏହାସହ ଇସ୍ରାଏଲରେ ଇରାନ ମିସାଇଲ୍ ଧ୍ୱଂସ କରିବା ପାଇଁ ବାଇଡେନ ଆମେରିକା ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଇସ୍ରାଏଲ୍ ଉପରେ ଆକ୍ରମଣକୁ ନେଇ ଇରାନର ଇସଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପ ପକ୍ଷରୁ ଅଫିସିଆଲ୍ ବୟାନ ଜାରି କରିଛି । ଏଥିରେ ଇସ୍ମାଇଲ୍ ହାନିୟେ, ହସନ ନସରଲ୍ଲା ଏବଂ ଅବ୍ବାସ ନିଲଫୋରୁସନଙ୍କୁ ସହିଦ ଦର୍ଶାଇଛି । ଏଥିରେ କୁହାଯାଇଛି ଯେ ଏହି ହତ୍ୟାର ଜବାବରେ ଆମେ ଇସ୍ରାଏଲ୍ ଉପରେ ଡଜନ ସଂଖ୍ୟାରେ ଆକ୍ରମଣ କରିଛୁ । ଯଦି ଇସ୍ରାଏଲ ଏହା ଜବାବ ଦିଏ ତେବେ ଆମ ଅଧିକ ବିଧ୍ୱଂସକ ଆକ୍ରମଣ କରିବୁ ।