ସମୁଦ୍ରରେ ବଢିବ ଭାରତର ଶକ୍ତି, ନୌସେନାରେ ସାମିଲ ହେବ ମିସାଇଲ ଟ୍ରାକିଂ ଜାହାଜ 'ଧୃବ'

Published By : Prameya-News7 Bureau | September 10, 2021 IST

ନୁଆଦିଲ୍ଲୀ, ୧୦।୦୯ :   ସମୁଦ୍ରରେ ବଢିବ ଭାରତର ଶକ୍ତି । ସାମିଲ ହେବ ଶତ୍ରୁ ପକ୍ଷର ନ୍ୟୁକ୍ଲିଅର ମିସାଇଲକୁ ଟ୍ରାକ୍ କରିପାରୁଥିବା ପ୍ରଥମ ଜାହାଜ ଆଇଏନଏସ ଧୃବ । ଏହା ଭାରତର ପ୍ରଥମ ଜାହାଜ ଯାହା ପରମାଣୁ ଓ ବାଲିଷ୍ଟିକ୍ ମିସାଇଲକୁ ଟ୍ରାକ୍ କରିପାରିବ । ଯାହା ଫଳରେ ଭାରତୀୟ ନୌସେନା ପାକିସ୍ତାନ ଓ ଚୀନର ସମସ୍ତ ଚାଲକୁ ଭଣ୍ଡୁର କରିପାରିବ ।

ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଧୃବକୁ ନୌସେନାରେ ସାମିଲ କରାଯିବ । ଏହି କାର୍ଯ୍ୟକ୍ରମରେ  ଭାରତୀୟ ନୌସେନା, ଡିଆରଡିଓ, ଏନଟିଆରଓର ଅଧିକାରୀ ଉପସ୍ଥିତ ରହିବେ ।

୧୦ ହଜାର ଟନର ଏହି ଜାହାଜ ଭାରତରେ ଆଣ୍ଟି ବାଲିଷ୍ଟିକ୍ ମିସାଇଲ କ୍ଷମତା କେନ୍ଦ୍ର ହେବ । ଏହା ଶତ୍ରୁ ଦେଶ ପାଇଁ ଚେତାବନୀ ଭାବେ କାର୍ଯ୍ୟ କରିବ । ସମସ୍ତ ଆଣବିକ ସୈନ୍ୟ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଧୃବ ପାଖରେ କ୍ଷମତା ରହିଛି । ଭାରତ ମହାସାଗରରେ ମଧ୍ୟ ଏହା ଶତ୍ରୁ ଉପରେ ତୀକ୍ଷ୍ନ ନଜର ରଖିବ ।

ଜାହାଜରେ ଅନେକ ନୂଆ ଟେକନିକ୍ ରହିଛି । ମିସାଇଲକୁ ଟ୍ରାକ୍ କରିବା ପାଇଁ ଏଥିରେ ଆଣ୍ଟିନା ରହିଛି । ବହୁ ଦୂରରେ ଏହା ରକେଟକୁ ଟ୍ରାକ୍ କରିପାରିବ । ଏହା ଭାରତ ଉପରେ ନଜର ରଖୁଥିବା ଶତ୍ରୁର ସାଟେଲାଇଟ୍ ବାବଦରେ ସିଗନାଲ୍ ଦେବ । ଆହୁରି ମଧ୍ୟ ବୁଡା ଜାହାଜ ଉପରେ ଏହା ନଜର ରଖିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.