ଚାନ୍ଦିପୁରରୁ ଉତ୍‌କ୍ଷେପଣ ହେବ ଉଚ୍ଚ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର, ଲୋକଙ୍କୁ କରାଗଲା ସ୍ଥାନାନ୍ତର

Published By : Prameya-News7 Bureau | December 23, 2020 IST

ବାଲେଶ୍ବର ୨୩।୧୨: ବାଲେଶ୍ବର ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା କେନ୍ଦ୍ରରୁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ରର ପରୀକ୍ଷା କରାଯିବ । ଚାନ୍ଦିପୁର ଡିଆରଡିଓର ୩ ନମ୍ବର ଲଞ୍ଚ୍ ପ୍ୟାଡରୁ ଏହା ଉତକ୍ଷେପଣ କରାଯିବ ।

ଏହି ପରୀକ୍ଷଣ ପାଇଁ ଲଞ୍ଚ୍ ପ୍ୟାଡର ଅଢେଇ କିଲୋମିଟର ବ୍ୟାସାର୍ଦ୍ଧ ପରିସରରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ବାଲେଶ୍ବର ସଦର ବ୍ଲକର ସମୁଦ୍ର କୂଳିଆ ୫ଟି ପଞ୍ଚାୟତର ୩ ହଜାର ୭୨୩ ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯିବ । ଏମାନେ ୩ଟି ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେବେ । ପାଗ ଅନୁକୂଳ ରହିଲେ ଦିନ ବେଳା କ୍ଷେପଣାସ୍ତ୍ର ପରୀକ୍ଷା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.