୮ ଘଣ୍ଟା ପରେ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ; ସମୁଦ୍ରରେ ଭାସି ଯାଇଥିଲେ

Published By : Prameya-News7 Bureau | June 01, 2023 IST

ଖଲ୍ଲୀକୋଟ ୦୧/୦୬: ଆର୍ଯ୍ୟପଲ୍ଲୀ ସମୁଦ୍ରକୁଳରେ ଭାସିଯାଇଥିବା ଛାତ୍ରୀଙ୍କ ମିଳିଲା ମୃତଦେହ। ଆଠ ଘଣ୍ଟା ପରେ ନିଖୋଜ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର। ଭାରତୀୟ ତଟ ରକ୍ଷି ବାହିନୀ, ଦୀର୍ଘ ସମୟର ଅଭିଯାନ ପରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ମୃତ ଛାତ୍ରୀ ହେଲେ ପ୍ରଜ୍ଞାରାଣୀ ତ୍ରିପାଠୀ।

{"id":796348,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ଗାଁରେ ଗୁରୁବାର ଅଘଟଣ ଘଟିଥିଲା। ସମୁଦ୍ରରେ ଗାଧୋଇବା ବେଳେ ୨ ଜଣ ଛାତ୍ରୀ ଭାସିଯାଇଥିଲେ। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିଲେ।

{"id":796358,"sizeSlug":"full","linkDestination":"none"}

ସୂଚନାଥାଉକି, ଗୁରୁବାର ସକାଳ ୭ଟାରେ ୬ ଜଣ ସାଙ୍ଗ ମିଶି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ।ସେହି ସମୟରେ ୬ଜଣ ଭାସିଯାଇଥିଲେ। ଗ୍ରାମବାସୀଙ୍କ ଦ୍ବାରା ୩ ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ନିଖୋଜ ହୋଇଥିଲେ। ମୃତ ଛାତ୍ରୀ ଜଣଙ୍କ ହେଲେ କନିଷିର ସ୍ୱପ୍ନା ରାଣୀ ପଣ୍ଡିତ। ନିଖୋଜ ଛାତ୍ରୀ ଜଣଙ୍କ ଥିଲେ ପ୍ରଜ୍ଞାରାଣୀ ତ୍ରିପାଠୀ। ଯାତ୍ରା ଦେଖିବାକୁ ନିଜ ମାମୁଁଙ୍କ ଘରକୁ ଆସିଥିବା ବେଳେ ଏପରି ଅଘଟଣ ଘଟିଥିଲା।

wp:heading {"level":4}

ଏହା ମଧ୍ୟ ପଢ଼ନ୍ତୁ:~ ଗାଧୋଇବା ବେଳେ ଭାସିଗଲେ ଦୁଇ ଛାତ୍ରୀ : ଜଣେ ମୃତ, ଜଣେ ନିଖୋଜ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.