ରଙ୍ଗ୍‌ ନମ୍ବରର ପ୍ରେମ ବାଟବଣା: ପ୍ରେମିକାକୁ ଧୋକା ଦେଲା ପ୍ରେମିକ, ୨ ଲକ୍ଷ ଟଙ୍କା ଓ ଗହଣା ନେଇ ହେଲା ଛୁ

Published By : Prameya-News7 Bureau | December 24, 2020 IST

ପାଟନା ୨୪/୧୨:  ମିସଡ୍‌ କଲ୍‌ରୁ ପ୍ରେମ। ପ୍ରେମ ପରେ ପ୍ରେମିକାକୁ ଧୋକା ଦେଇ ଲକ୍ଷାଧିକ ଟଙ୍କା ହଡ଼ପ କଲା ପ୍ରେମିକ। ବିବାହର ପ୍ରତିଶ୍ରୁତି ଦେଇ ୨ ଲକ୍ଷ ଟଙ୍କା ଓ ସୁନା ଗହଣା ନେଇ ଛୁ ମାରିଲା ଧୋକାବାଜ। ଧୋକାବାଜ୍‌ ପ୍ରେମିକ ବିରୋଧରେ ଥାନାର ଦ୍ବାରସ୍ଥ ହେଲେ ପ୍ରେମିକା। ଏଭଳି ଏକ ଘଟଣା ଭାଗଲପୁରରେ ଘଟିଛି। କୋଲକାତାର ଜଣେ ଯୁବକ ଭାଗଲପୁରର ଏକ ଯୁବତୀଙ୍କୁ ମିସ୍‌ଡ୍‌ କଲ ମାରିଥିଲେ। ମିସଡ୍‌ କଲ୍‌ରୁ ହୋଇଥିଲା ପ୍ରେମ। ବିବାହ କରିବା ପାଇଁ ଯୁବତୀ ଘରୁ ୨ ଲକ୍ଷ ଟଙ୍କା ଓ ସୁନାଗହଣା ନେଇ ପ୍ରେମିକଙ୍କ ପାଖରେ ପହଞ୍ଚିଥିଲେ। କିନ୍ତୁ ପ୍ରେମିକାକୁ ଜଣାନଥିଲା ତାଙ୍କ ପ୍ରେମିକ ଜଣେ ଧୋକାବାଜ୍‌। ଏବେ ମାମଲା ଥାନାରେ।

ମିଳିଥିବା ସୂଚନା ଅନୁସାରେ ଯୁବତୀଙ୍କ ଏଫଆଇଆର କ୍ରମେ ଯୁବକ ଜଣଙ୍କ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାର। ତାର ନାଁ ଆକାଶ। ପ୍ରଥମେ ଏକ ମିସ୍‌ଡ କଲ ପାଇଥିଲେ ଯୁବତୀ । ରଙ୍ଗ ନମ୍ବର କହି ଯୁବତୀ ଫୋନ୍‌ କାଟି ଦେଇଥିଲେ। କିନ୍ତୁ ଅନ୍ୟ ପାର୍ଶ୍ବରୁ କଲ ଆସିବା ବନ୍ଦ ହୋଇନଥିଲା। ଯୁବକଜଣଙ୍କ ବିଭିନ୍ନ ବାହାନା କରି କଲ କରୁଥିଲା। ମିସଡ୍‌ କଲ୍‌ରୁ  କଲ ଆଉ ପରେ ସମ୍ପର୍କ। ପୁଣି ସମ୍ପର୍କ ନାଁ ପରିବର୍ତ୍ତନ ହୋଇ ପ୍ରେମ ସମ୍ପର୍କ ହୋଇଥିଲା।

ଆକାଶ ବି ଯୁବତୀଙ୍କୁ ବହୁ ସ୍ବପ୍ନ ଦେଖାଇଥିଲା। ଏମିତି ଭାବେ ଫୋନ୍‌ରେ ପ୍ରେମ ସମ୍ପର୍କ ବଢ଼ିବାରେ ଲାଗିଥିଲା । କିନ୍ତୁ ପ୍ରାୟ ହୀନ୍ଦି ଚଳଚ୍ଚିତ୍ର ସିନେମା ଭଳି ଯୁବତୀଙ୍କ ବିବାହ ପ୍ରସ୍ତାବ ଆସିବାରେ ଲାଗିଲା। ପୁଅ ଘର ତାଙ୍କୁ ପସନ୍ଦ ବି କଲେ । ବାହା ଘର ପାଇଁ କେବଳ ବାକିଥିଲା ଝିଅ ଘରର ପୁଅ ଦେଖା। ଯୁବତୀ ଜଣଙ୍କ ଏନେଇ ଆକାଶକୁ କହିଥିଲେ। ଆକାଶ କହିଲା କିଛି ଟଙ୍କା ନେଇ ଆସ ଆମେ ବାହା ହୋଇଯିବା । ପ୍ରେମରେ ଅନ୍ଧ ଯୁବତୀ ବାହା ଘର ପାଇଁ ଥିବା ଦୁଇ ଲକ୍ଷ ଟଙ୍କା ଓ ସୁନା ଗହଣା ନେଇ କୋଲକାତା ପହଞ୍ଚିଥିଲେ।

ଆକାଶ ତାଙ୍କୁ ନେବାକୁ ଆସିଥିଲେ ବି ଲକ୍‌ଡାଉନ୍‌ ପରେ ବିବାହ କରିବାକୁ କହିଥିଲା। କିନ୍ତୁ ଟଙ୍କା ଓ ଗହଣା ବନ୍ଧୁଙ୍କ ପାଖରେ ରଖିବାକୁ କହିଥିଲା। ପରେ ଆକାଶର ବନ୍ଧୁ ଆସିବା ପରେ ସମସ୍ତ ଟଙ୍କା ଓ ସୁନା ଗହଣା ତା ହାତରେ ଦେଇ ସେ ବି କେଉଁଆଡ଼େ ଚାଲିଯାଇଥିଲା ବୋଲି ଯୁବତୀ ଅଭିଯୋଗ କରିଛନ୍ତି । ଏହା ପରେ ଆକାଶକୁ ଖୋଜିଥିଲେ ବି ସେ ମିଳିନଥିବା ପୀଡ଼ିତା ଯୁବତୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.