ମିଶନ ଶକ୍ତି ଗୃହ କାର୍ଯ୍ୟ ସ୍ଥଗିତ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ମହିଳା ସଂଘର ପ୍ରତିନିଧି ଓ ସଦସ୍ୟ, ପ୍ରଦାନ କଲେ ଦାବି ପତ୍ର

Published By : Prameya-News7 Bureau | August 08, 2022 IST

ପୁରୀ, ୦୮/୦୮: ମିଶନ ଶକ୍ତି ଗୃହ କାର୍ଯ୍ୟ ସ୍ଥଗିତ ରଖିବା ଘଟଣାରେ ଅସନ୍ତୋଷ ପ୍ରକାଶ କରି ଜିଲ୍ଲାପାଳଙ୍କୁ ଦାବି ପତ୍ର । ପୁରୀ ସଦର ଗୋପୀନାଥପୁର ଗ୍ରାମପଞ୍ଚାୟତର ମହିଳା ସଂଘର ପ୍ରତିନିଧି ଓ ସଦସ୍ୟ ମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଗୋପୀନାଥପୁର ମହିଳା ମିଶନ ଶକ୍ତିର ସଭାନେତ୍ରୀ ଶାନ୍ତିଲତା ହୋତା ଓ ସମ୍ପାଦିକା ରଶ୍ମିତା ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି ଯେ, ସରକାରୀ ଅନୁଦାନ ଅନୁଯାୟୀ ମିଶନ ଶକ୍ତି ସଭାଗୃହ ପାଇଁ ନିର୍ମାଣ ଚାଲିଛି। ତେବେ ଛାତ ପଡ଼ିବା ପୂର୍ବରୁ ସେଠାକାର କିଛି ବ୍ୟକ୍ତି ଏହାକୁ ବିରୋଧ କରୁଛନ୍ତି। ଏଭଳିକି ମିଶନ ଶକ୍ତି ଗୃହ ନିର୍ମାଣ ଚାଲିଥିବା ବେଳେ ସୁରଥ ରାଉତ ନାମକ ବ୍ୟକ୍ତି ସେଠାରେ ଗଣ୍ଡୋଗୋଳ କରିବା ସହ ମହିଳା ମାନଙ୍କୁ ଧମକ ଚମକ ଦେଉଛନ୍ତି। ନିର୍ମାଣ ଚାଲିଥିବା ମିଶନ ଶକ୍ତିର ଗୃହ ଭିତରେ ପଶି ମଧ୍ୟ ଭଙ୍ଗା ରୁଜା କରିଥିବା ଅଭିଯୋଗ ହୋଇଛି।

ଏନେଇ ମିଶନ ଶକ୍ତିର ମହିଳା ମାନେ ସଦର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ନିର୍ମାଣଧିନ ଗୃହରେ ଛାତ ନପକାଇବା ପାଇଁ ପୋଲିସ ଅଧିକାରୀ ତାଗିଦ୍ କରିଥିବା ଅଭିଯୋଗ ହୋଇଛି। ଛାତ ପକାଇବା ପାଇଁ ହଜାର ହଜାର ଟଙ୍କାର ଗୋଡି, ଛଡ, ବାଲି, ସିମେଣ୍ଟ କିଣାଯାଇ ରଖାଯାଇଥିବା ବେଳେ ବର୍ଷା ଯୋଗୁଁ ତାହା ନଷ୍ଟ ହେଉଛି । ଅନ୍ୟପଟେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ପୁରୀ ସଦର ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ମିଶନ ଶକ୍ତିର ସଦସ୍ୟମାନେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.