ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ଟିଭିରେ ଡେବ୍ୟୁ କରିସାରିଛନ୍ତି ହରନାଜ୍, ରବି ଦୁବେଙ୍କ ଶୋ’ ରେ ନଜର ଆସିଥିଲେ

15/12/2021 at 1:16 PM

ନୂଆଦିଲ୍ଲୀ ୧୫/୧୨: ବର୍ତ୍ତମାନ ସବୁଆଡେ ମିସ୍ ୟୁନିଭର୍ସ ୨୦୨୧ ହୋଇଥିବା ହରନାଜ ସନ୍ଧୁଙ୍କ ଚର୍ଚ୍ଚା ହେଉଛି। ପ୍ରାୟ ୨୧ ବର୍ଷ ପରେ ଭାରତକୁ ମିସ୍ ୟୁନିଭର୍ସର ମୁକୁଟ ଦେଇଥିବା ହରନାଜଙ୍କ ପାଇଁ ସମସ୍ତେ ଗର୍ବିତ। ସମଗ୍ର ଦେଶ ହରନାଜଙ୍କୁ ପ୍ରଶଂସା କରୁଛି ଏବଂ ଗର୍ବିତ ଅନୁଭବ କରୁଛି।

ମିସ୍ ୟୁନିଭର୍ସ ମୁକୁଟ ଜିତିବା ପୂର୍ବରୁ ହରନାଜ ମଡେଲିଂ କରୁଥିଲେ। ସେ କିଛି ପଞ୍ଜାବୀ ଫିଲ୍ମରେ ସାଇନ୍ କରିଛନ୍ତି, ଯାହା ଆସନ୍ତା ବର୍ଷ ରିଲିଜ ହେବ। କିନ୍ତୁ ଆପଣ ଜାଣନ୍ତି କି ସେ ଏକ ଟିଭି ଶୋ’ରେ ମଧ୍ୟ ଅଭିନୟ କରିଛନ୍ତି।

ରବି ଦୁବେ ଏବଂ ସରଗୁନ ମେହେଟ୍ଟାଙ୍କ ଲୋକପ୍ରିୟ ଟିଭି ଶୋ’ ‘ଉଡାରିୟାଁ’ ସହିତ ହରନାଜ ଛୋଟ ପରଦାରେ ଡେବ୍ୟୁ କରିଥିଲେ। ଉଡାରିୟାଁ ର ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି, ଯେଉଁଥିରେ ହରନାଜ ମଞ୍ଚରେ କଥା ହେଉଥିବା ଦେଖାଯାଉଛି। ଏହି ଶୋ ଚଳିତ ବର୍ଷ ମାର୍ଚ୍ଚ ୧୫ ରେ ଆରମ୍ଭ ହୋଇଥିଲା। ରବି ଦୁବେ ଏବଂ ସରଗୁନ ମେହେଟ୍ଟା ଉଭୟ ଏହି ଶୋ ପ୍ରସ୍ତୁତ କରିଛନ୍ତି। କିଛି ମାସ ମଧ୍ୟରେ ଏହି ଶୋ’ ହିଟ୍ ହୋଇଯାଇଛି।

   Related Posts