ମିସ୍ ୟୁନିଭର୍ସ ୨୦୨୨ରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଦିବିତା, ଏମିତି ଆରମ୍ଭ ହୋଇଥିଲା ତାଙ୍କ ଯାତ୍ରା
14/01/2023 at 2:35 PM

ନୂଆଦିଲ୍ଲୀ ୧୪/୦୧: ଆମେରିକାରେ ଅନୁଷ୍ଠିତ ହୋଇଛି ୭୧ତମ ମିସୟୁନିଭର୍ସ ପ୍ରତିଯୋଗୀତା। ଯେଉଁଥିରେ ଭାରତରୁ ପ୍ରତିନିଧିତ୍ୱ କରୁଛନ୍ତି କର୍ଣ୍ଣାଟକର ୨୫ବର୍ଷୀୟ ମଡେଲ୍ ଦିବିତା ରାୟ। ସେ ପ୍ରତିଯୋଗିତାରେ ଗୋଟିଏ ରାଉଣ୍ଡରେ ନିଜ କଷ୍ଟ୍ୟୁମରେ ଲୋକଙ୍କ ହୃଦୟ ଜିତିଛନ୍ତି। ଯାହାର ଚର୍ଚ୍ଚା ସବୁଠି। ନେସନାଲ୍ କଷ୍ଟ୍ୟୁମ ରାଉଣ୍ଡରେ ଦିବିତା ‘ସୋନେ କି ଚିଡିୟା’ ଅବତାରର ପହଞ୍ଚିଥିଲେ।
ତେବେ କିଏ ସେହି ଦିବିତା ରାୟ ? ଆସନ୍ତୁ ତାଙ୍କ ବିଷୟରେ ଜାଣିବା:
ଦିବିତା 10 ଜାନୁଆରୀ 1998ରେ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ସେ ମୁମ୍ବାଇରେ ରହୁଛନ୍ତି। ସେ କର୍ଣ୍ଣାଟକରୁ ତାଙ୍କ ସ୍କୁଲ ପାଠ ପଢ଼ା ଶେଷ କରି ମୁମ୍ବାଇ ଚାଲି ଆସିଥିଲେ। ସେ ମୁମ୍ବାଇର ସର୍ ଜେଜେ କଲେଜ ଅଫ୍ ଆର୍କିଟେକଚରରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଦିବିତା ବୃତ୍ତିରେ ଜଣେ ମଡେଲ ହେବା ସହ ଜଣେ ଆର୍କିଟେକ୍ ମଧ୍ୟ। ଦିବିତା ବ୍ୟାଡମିଣ୍ଟନ ଏବଂ ବାସ୍କେଟ ବଲ ଖେଳିବାକୁ ଭଲ ପାଆନ୍ତି । ସେ ଚିତ୍ର ଆଙ୍କିବା ଏବଂ ସଙ୍ଗୀତକୁ ମଧ୍ୟ ଭଲ ପାଆନ୍ତି । ଦିବିତାଙ୍କ ବାପା ଇଣ୍ଡିଆନ୍ ଅଏଲରେ କାମ କରନ୍ତି। ଭାରତର ପ୍ରଥମ ମିସ୍ ୟୁନିଭର୍ସ ସୁସ୍ମିତା ସେନଙ୍କୁ ଦିବିତା ତାଙ୍କର ପ୍ରେରଣା ବୋଲି ବିବେଚନା କରନ୍ତି। ଦିବିତା ଏବେ ମିସ୍ ଡିଭା ୟୁନିଭର୍ସ ହୋଇଛନ୍ତି।

ଆମେରିକାର ଲୁସିଆନାରେ 71 ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଆୟୋଜିତ ହୋଇଛି। ଯେଉଁଥିରେ ବିଶ୍ୱର 80ରୁ ଅଧିକ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତାର ଅନ୍ତିମ ରାଉଣ୍ଡ 14 ଜାନୁଆରୀ 2023 ରେ ଅନୁଷ୍ଠିତ ହେବ ।
ଯେତେବେଳେ କର୍ଣ୍ଣାଟକର 25 ବର୍ଷୀୟ ଦିବିତା ରାୟ ସୋନେ କି ଚିଡିୟା ଅବତାରରେ ମଞ୍ଚରେ ପହଞ୍ଚିଥିଲେ, ସେତେବେଳେ ତାଳିରେ କମ୍ପିଥିଲା ପୂରା ପରିବେଶ। ଏହି ପେଷାକ ତାଙ୍କ ପାଇଁ ଡାଜାଇନର୍ ଅଭିଷେକ ଶର୍ମା ଡିଜାଇନ୍ କରିଛନ୍ତି। ଯାହାକୁ ମଧ୍ୟପ୍ରଦେଶର ଚାନ୍ଦେରୀ ଜିଲ୍ଲାର କାରୀଗରମାନେ ହାତରେ ବୁଣା ହୋଇଥିବା ଟିସୁ ଫେବ୍ରିକ୍ ତିଆରି କରିଛନ୍ତି।
ଦିହିତା ମିସ୍ ଡିଭା ୟୁନିଭର୍ସ 2022ର ଟାଇଟେଲ୍ ନିଜ ନାଁରେ କରିଛନ୍ତି। ମିସ୍ ୟୁନିଭର୍ସ 2021ରେ ହରନାଜ ସିନ୍ଧୁ ତାଙ୍କୁ ଏହି ତାଜ ପିନ୍ଧାଇଛନ୍ତି।