ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ହରନାଜଙ୍କୁ ଷ୍ଟେଜ୍‌ ଶୋ’ରେ ହୋଷ୍ଟ ପଚରାରିଲେ ଏପରି ପ୍ରଶ୍ନ, ରାଗିଗଲେ ୟୁଜର୍ସ କହିଲେ…

18/12/2021 at 10:00 AM

ନୂଆଦିଲ୍ଳୀ ୧୮।୧୨ :  ଦୀର୍ଘ ୨୧ ବର୍ଷ ପରେ  ଭାରତକୁ ମିଳିଛି ମିସ୍‌ ୟୁନିର୍ଭସ୍‌ର ମୁକୁଟ। ଭାରତର ପଞ୍ଜାବୀ କୁଡି ତଥା ଝିଅ ହରନାଜ କୌର ସନ୍ଧୁ ମାତ୍ର ୨୧ ବର୍ଷ ବୟସରେ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟକୁ ହାତେଇଛନ୍ତି । ହେଲେ ଏବେ ମିସ୍‌ ୟୁନିର୍ଭସ୍‌ ପ୍ରତିଯୋଗିତା ସମୟର ଭିନ୍ନ ଭିଡିଓ ସାମ୍ନାକୁ ଆସିଛି । ହେଲେ ବର୍ତ୍ତମାନ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହା ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।  ଏହି ଭିଡିଓରେ ହରନାଜ ଜଣେ ପ୍ରତିଯୋଗୀ ହିସାବରେ ଷ୍ଟେଜରେ ଛିଡ଼ା ହୋଇଥିବା ବେଳେ ହୋଷ୍ଟ ଷ୍ଟିଭ୍‌ ହାର୍ଭେ ତାଙ୍କୁ ଅଜବ ପ୍ରଶ୍ନ ପଚାରିଛନ୍ତି।

ତେବେ ଏହି ଭିଡିଓରେ ଦେଖିବାକୁ ମିଳିଛି ହୋଷ୍ଟ ଷ୍ଟିଭ୍‌ ହାର୍ଭେ ଏଡି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଦେଶର ପ୍ରତିଯୋଗୀଙ୍କୁ ଭିନ୍ନ ଭିନ୍ନ ପ୍ରଶ୍ନ ପଚାରିଥିଲେ । ଏପରିକି ସେ ପ୍ରତି ପ୍ରତିଯୋଗୀଙ୍କୁ ନିଜ ଅନ୍ତର୍ନିହିତ କଳା ବିଷୟରେ ପଚାରି ବୁଝିଛନ୍ତି। କିନ୍ତୁ ଯେତେବେଳେ ହରନାଜଙ୍କ ପାଳି ପଡ଼ିଲା, ସେତେବେଳେ ଷ୍ଟିଭ ତାଙ୍କୁ ଅଜବ ପ୍ରଶ୍ନ ପଚାରିଥିଲେ। ହରନାଜ କିପରି ବିଭିନ୍ନ ପଶୁଙ୍କ ଅବିକଳ ଶବ୍ଦ କରିପାରନ୍ତି ବୋଲି ସେ ଶୁଣିଥିବା କହିଥିଲେ ଷ୍ଟିଭ । ଏହା ସହ କହିଥିଲେ ପ୍ରାଣୀଙ୍କ ଶବ୍ଦ ଭଲ ଭାବେ କରିପାରିବେ ବୋଲି ଭାବୁଛନ୍ତି ଆମକୁ ଶୁଣାନ୍ତୁ । ବିଶ୍ୱସ୍ତରୀୟ ଷ୍ଟେଜରେ ହରନାଜ୍‌ ବିଲେଇ ପରି ଶବ୍ଦ କରିବାକୁ ଲାଗିଲେ। ଏହାକୁ ନେଇ ସମସ୍ତେ ହସିଥିବା ବେଳେ ଖୁବ୍‌  ଆଶ୍ଚର୍ଯ୍ୟକର ହୋଇଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ଖୁବ ଆଲୋଚନା କରାଯାଉଛି। ଏପରିକି ୟୁଜର୍ସମାନେ ଷ୍ଟିଭଙ୍କୁ ଖୁବ୍‌ ଟ୍ରୋଲ ମଧ୍ୟ କରୁଛନ୍ତି। ଏହାବାଦ ଅନ୍ୟ ଜଣେ ଟ୍ୱିଟ କରିଛନ୍ତି, ହରନାଜ ପ୍ରକୃତରେ ପ୍ରଶଂସାଯୋଗ୍ୟ । ଏତେ ବଡ଼ ମଞ୍ଚରେ ବି ସେ ଏପରି ପ୍ରଶ୍ନକୁ ସମ୍ଭାଳି ଦେଲେ। ତେଣୁ ସେ ସମସ୍ତଙ୍କ  ହୃଦୟ ଜିତିଦେଲେ।

୧୭ ବର୍ଷ ବୟସରୁ ହିଁ ହରନାଜ ମିସ୍‌ ଚଣ୍ଡିଗଡ ସୁନ୍ଦରୀ ପ୍ରତିଯୋଗିତା ଜିତିଥିଲେ। ଏହାପରେ ଚାରିଆଡେ ତାଙ୍କୁ ନେଇ ଚର୍ଚ୍ଚା ହୋଇଥିଲା। ୨୦୧୭ରେ ସେ ଏହି ପ୍ରତିଯୋଗିତା ଜିତିବା ସହ ଏଠାରୁ ହିଁ ନିଜ ସଫଳତାର ଯାତ୍ରା ଆରମ୍ଭ କରିଥିଲେ ହରନାଜ । ଏହି ବଡ ସଫଳତା ପରେ ୨୦୧୮ରେ ସେ ମିସ୍‌ ମ୍ୟାକ୍ସ ଏମର୍ଜିଂ ଷ୍ଟାର ଇଣ୍ଡିଆ ମୁକୁଟ ମଧ୍ୟ ହାତେଇଥିଲେ। ଏହାପରେ ୨୦୧୯ରେ ମିସ୍‌ ଇଣ୍ଡିଆ ଇଭେଣ୍ଟରେ ସେ ଭାଗ ନେଇଥିଲେ। ଏଥିରେ ସେ ଟପ୍‌ ୧୨ଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଚଳିତ ବର୍ଷ ସେପ୍ଟେମ୍ବରରେ ସେ ମିସ୍‌ ଡିଭା ୟୁନିର୍ଭସ ଇଣ୍ଡିଆ-୨୦୨୧ ସୁନ୍ଦରୀ ପ୍ରତିଯୋଗିତାରେ ମଧ୍ୟ ବାଜି ମାରିନେଇଥିଲେ। ଏହାପରେ ୨୧ ବର୍ଷ ବୟସରେ ଭାରତ ପାଇଁ ଆଣି ଦେଇଛନ୍ତି ମିସ ୟୁନିଭର୍ସ ମୁକୁଟକୁ ବାଜି ମାରିଥିଲେ ।

   Related Posts