ବିଶ୍ୱ ସୁନ୍ଦରୀଙ୍କୁ ନିଜ ନକଲି କ୍ରାଉନ୍ ପାଇଁ ବିମାନବନ୍ଦରରେ ଦେବାକୁ ପଡିଲା ୪ଲକ୍ଷ ଟଙ୍କା
3/09/2018 at 4:54 PM

ମୁମ୍ବାଇ ୩|୯: ୨୦୧୭ର ବିଶ୍ୱ ସୁନ୍ଦରୀ ଡେମି ଲେଘ ନେଲ ପିଟର୍ସଙ୍କୁ ନିଜ ଓଜନଦାର ନକଲି କ୍ରାଉନ୍ ପାଇଁ ମୋଟା ଅଙ୍କର ଅର୍ଥ ଦେବାକୁ ପଡିଛି । ମୁମ୍ବାଇ ବିମାନବନ୍ଦରରେ ତାଙ୍କ କ୍ରାଉନ୍ ପାଇଁ ଇମିଗ୍ରେସନ ଡ୍ୟୁଟି ହିସାବରେ ୪ ଲକ୍ଷ ଟଙ୍କା ଦେବା ପାଇଁ ପଡିଛି ।
ସୂଚନା ଅନୁସାରେ ଉରଲିରେ ଏନଏସସିଆଇ ପକ୍ଷରୁ ହେଉଥିବା ଏକ ସୁନ୍ଦରୀ ପ୍ରତିଯୋଗିତାରେ ବିଚାରକ ହୋଇ ଆସିଥିଲେ ବିଶ୍ୱ ସୁନ୍ଦରୀ ଡେମି ଲେଘ ନେଲ ପିଟର୍ସ । ସେ ଆସିଲା ବେଳେ ସାଥିରେ ତାଙ୍କ ଜାପାନୀ କ୍ରାଉନର ଏକ ପ୍ରତିକୃତି ଆଣିଥିଲେ । ସେହି ପ୍ରତିକୃତି ପାଇଁ ତାଙ୍କୁ ୪ ଲକ୍ଷ ଟଙ୍କା ଦେବାକୁ ପଡିଛି । ସେ ମୁମ୍ବାଇ ବିମାନବନ୍ଦରରେ ଓହ୍ଲାଇବା ପରେ ଇମିଗ୍ରେସନ୍ ଅଧିକାରୀ ତାଙ୍କୁ ସେଠାରେ ଅଟକାଇଥିଲେ ଏବଂ ତାଙ୍କୁ ଟିକେ ଅପେକ୍ଷା କରିବା ପାଇଁ କହିଥିଲେ । ସେମାନେ ଏହାର ମୂଲ୍ୟ ସମ୍ବନ୍ଧରେ ପଚରାଉଚରା କରିଥିଲେ ଏବଂ ତାର ମୂଲ୍ୟ ୧୧ଲକ୍ଷ ଟଙ୍କା ହେବ ବୋଲି ସେମାନେ ଆକଳନ କରିଥିଲେ । ପରେ ଅଧିକାରୀମାନେ କ୍ରାଉନ୍ ମୂଲ୍ୟର ୪୦ପ୍ରତିଶତ ଇମିଗ୍ରେସନ ଡ୍ୟୁଟି ହିସାବରେ ପିଟର୍ସଙ୍କୁ ଦେବାପାଇଁ କହିଥିଲେ । ଅଧିକାରୀମାନେ ମଧ୍ୟ ଦ୍ବନ୍ଦ୍ବରେ ଥିଲେ ଯେ କ୍ରାଉନ୍ ଉପରେ ଡ୍ୟୁଟି ଦେବାକୁ ପଡିବ କି ନାହିଁ । ଶେଷରେ ଅଧୀକାରୀମାନେ ଜାଣିଥିଲେ ଯେ ସୌନ୍ଦର୍ଯ୍ୟ କ୍ରାଉନକୁ ମଧ୍ୟ ଡ୍ୟୁଟିରୁ ବାଦ୍ ଦିଆଯିବନାହିଁ ।
ପିଟର୍ସ ୨୦୧୭ରେ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ମିକିମୋଟୋ ଟାୟରାର କ୍ରାଉନ୍ ଜିତିଥିଲେ । ମିକିମୋଟୋ କ୍ରାଉନ୍ ର ମୂଲ୍ୟ ୨୫୦,୦୦୦ ଡଲାର (ପାଖାପାଖି ୧.୭ କୋଟି ଟଙ୍କା) । ସମସ୍ତ ବିଶ୍ୱ ସୁନ୍ଦରୀଙ୍କୁ ଏହା ଦିଆଯାଇ ନାହିଁ । ଏହି କ୍ରାଉନ୍ ଜାପାନରେ ନିର୍ମିତ ହୋଇଥାଏ ।