ଆମ୍ ଆଦମୀ ପାର୍ଟିରେ ସାମିଲ ହେଲେ ମିସ୍ ଇଣ୍ଡିଆ ମାନସୀ ସେହଗଲ୍

Published By : Prameya-News7 Bureau | March 01, 2021 IST

ନୂଆଦିଲ୍ଲୀ ୦୧/୦୩ : ଦିଲ୍ଲୀ ରାଜେନ୍ଦ୍ର ନଗର ବିଧାୟକ ରାଘବ ଚଡ୍ଡାଙ୍କ ଉପସ୍ଥିତିରେ ମିସ୍ ଇଣ୍ଡିଆ ଦିଲ୍ଲୀ-୨୦୧୯ ମାନସୀ ସେହଗଲ ଆମ ଆଦମୀ ପାର୍ଟିରେ ସାମିଲ ହୋଇଛନ୍ତି। ମାନସୀ ଜଣେ ପ୍ରଶିକ୍ଷିତ ଇଞ୍ଜିନିୟର। ତାଙ୍କର ନିଜର ଏକ ଷ୍ଟାର୍ଟଅପ ଅଛି। ମିସ୍ ଇଣ୍ଡିଆ ଦିଲ୍ଲୀ ପ୍ରତିଯୋଗିତାରେ ନିଜ ପରିଚୟରେ ସେ କହିଥିଲେ ଯେ ପରୋପକାର ଓ ଅଙ୍ଗଦାନରେ ତାଙ୍କର ରୁଚି ଅଛି।

ରାଘବ ଚଡ୍ଡା କହିଛନ୍ତି ଯେ 'ଆମ ଆଦମୀ ପାର୍ଟି ଓ ଅରବିନ୍ଦ କେଜ୍ରିୱାଲ ଯୁବକମାନଙ୍କ ରାଜନୀତିରେ ସାମିଲ ହେବା ଓ ଲୋକଙ୍କ ସେବା କରିବାରେ ବିଶ୍ୱାସ ଜାଗ୍ରତ କରନ୍ତି। ଆପ୍ ପରିବାର ଦିନକୁ ଦିନ ବଢି ଚାଲିଛି। ମାନସୀଙ୍କୁ ମୁଁ ଆପ ପରିବାରକୁ ସ୍ୱାଗତ କରୁଛି।'

{"id":416353,"sizeSlug":"large","linkDestination":"none"}

ଆପରେ ସାମିଲ ହୋଇ ମାନସୀ ସେହଗଲ୍ କହିଛନ୍ତି ଯେ ସେ କମ୍ ବୟସରୁ ହିଁ ସମାଜ ପାଇଁ କିଛି କରିବାକୁ ଚାହୁଁଥିଲେ। କୌଣସି ରାଷ୍ଟ୍ରର ସମୃଦ୍ଧି ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା ଦୁଇଟି ମୁଖ୍ୟ ଆଧାର। ଗତ କିଛି ବର୍ଷରେ ଏହି ଦୁଇଟି କ୍ଷେତ୍ରରେ କେଜ୍ରିୱାଲଙ୍କ ନେତୃତ୍ୱରେ ଅନେକ ପରିବର୍ତ୍ତନ ଦେଖିଛନ୍ତି ବୋଲି ସେ କହିଛନ୍ତି। କେଜ୍ରିୱାଲଙ୍କ ଶାସନ ପ୍ରଣାଳୀ ଓ ବିଧାୟକ ରାଘବଙ୍କ ପରିଶ୍ରମ ତାଙ୍କୁ ଆପରେ ସାମିଲ ହେବାକୁ ପ୍ରେରିତ କରିଛି ବୋଲି ମାନସୀ କହିଛନ୍ତି। ସ୍ୱଚ୍ଛ ରାଜନୀତି ଦ୍ୱାରା ଦୁନିଆରେ ବଡ ପରିବର୍ତ୍ତନ ଅଣାଯାଇପାରେ ବୋଲି କହିଛନ୍ତି ମାନସୀ। ଯୁବ ଏବଂ ବିଶେଷ କରି ମହିଳାମାନେ ଆପରେ ସାମିଲ ହୋଇ ରାଜନୀତିରେ ଅନେକ ପରିବର୍ତ୍ତନ ଆଣନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

{"id":416356,"sizeSlug":"large","linkDestination":"none"}

ବିଧାୟକ ରାଘବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଜନଶାସନ ମଡେଲରୁ ପ୍ରେରିତ ହୋଇ ନାରାୟଣ କ୍ଷେତ୍ରର ଅନେକ ପ୍ରତିଷ୍ଠିତ ଲୋକ ଆପ ପରିବାରରେ ସାମିଲ ହୋଇଛନ୍ତି। ମିସ୍ ଇଣ୍ଡିଆ ଦିଲ୍ଲୀ ୨୦୧୯ ମାନସୀ ସେହଗଲ ମଧ୍ୟ ସାମିଲ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.