Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ଦିବ୍ୟାଙ୍ଗ ନାବାଳିକାଙ୍କୁ ନିିର୍ଯାତନା ଅଭିଯୋଗ; ଜଣେ ଅଭିଯୁକ୍ତ ଗିରଫ

30/01/2023 at 6:35 PM

ପୁରୀ ୩୦/୦୧: ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଜଙ୍ଗଲକୁ ନେଇ ତାଙ୍କ ପାଟିରେ ବାଧ୍ୟ କରି ଜଳନ୍ତା ସିଗାରେଟ ପୁରାଇ ନିର୍ଯ୍ୟାତନା ଦେବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ  ଘଟଣା ହୋଇଥିବା ଜଣାପଡ଼ିଛି। ପ୍ରେମ ପାଇଁ ଦୁଇ ଯୁବକ ଯୋଜନାବଦ୍ଧ ଭାବେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଉଠାଇ ନେଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବାରୁ  ତାକୁ ପୋଲିସ ଛାଡ଼ି ଦେଇଛି।

ଦିବ୍ୟାଙ୍ଗ ନାବାଳିକାଙ୍କ ଦେଇଥିବା ଏତଲା ଆଧାରରେ ପୋଲିସ ୩୪୧, ୨୯୪, ୩୨୩, ୩୫୪, ୩୫୪(କ), ୫୦୬, ୫୦୯ ଓ ୩୪ ଆଇପିସି ଦଫା ଲଗାଇଛି। ତେବେ ଅଭିଯୋଗକାରିଣୀ ନାବାଳିକା ହୋଇଥିଲେ ମଧ୍ୟ ପୋଲିସ ପୋକ୍ସୋ କିମ୍ବା ଆଇଟି ଆକ୍ଟ ନଲଗାଇ ଅଭିଯୁକ୍ତ ନାବାଳକକୁ ଛାଡ଼ିଦେଇଛି। ଗିରଫ ଅଭିଯୁକ୍ତର ପରିଚୟ ସୁରେଶ ପଲାଇ (ମିଥୁନ)

ସୂଚନାଥାଉକି, ସେହି ନାବାଳିକାକୁ ମିଥୁନ ପ୍ରେମ କରୁଥିବା ଜଣାଯାଇଛି। ପ୍ରେମରେ ବିଫଳ ହେବାରୁ ଜଣେ ନାବାଳକ ସହ ଅଭିଯୁକ୍ତ ନାବାଳିକାଙ୍କୁ  ଜଙ୍ଗଲକୁ ନେଇଥିଲା। ସେଠାରେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିମନ୍ଦ କରିଥିଲେ। କେବଳ ସେତିକି ନୁ ଗୋଟିଏ ବେତ ବାଡ଼ିରେ ନାବାଳିକାକୁ ଆକ୍ରମଣ ମଧ୍ୟ କରିଥିବା ଭିଡିଓରେ ଦେଖାଯାଇଛି।

   Related Posts