scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲେଡି ଦମ୍ପତି; ପରସ୍ପରକୁ ବିବାହ କଲେ ମିସ୍ ଆର୍ଜେଣ୍ଟିନା ଓ ମିସ୍ ପ୍ୟୁର୍ଟୋ ରିକୋ; ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ଦେଲେ ସୂଚନା

2/11/2022 at 7:56 PM

ନୂଆଦିଲ୍ଲୀ: ପରସ୍ପର ପ୍ରେମରେ ଦୁଇ ସୁନ୍ଦରି। ଦୁହେଁ ଦୁହିଁଙ୍କୁ ଏତେ ଭଲପାଉଥିଲେ ଯେ ଲୁଚି ଲୁଚି ପରସ୍ପରକୁ ବିବାହ ମଧ୍ୟ କରିଛନ୍ତି। ଆମେ କହୁଛୁ ୨୦୨୦ରେ ମିସ୍ ଆର୍ଜେଣ୍ଟିନା ହୋଇଥିବା ମାରିଆନା ଭାରେଲା ଓ ୨୦୨୦ରେ ମିସ୍ ପ୍ୟୁର୍ଟୋ ରିକୋ ହୋଇଥିବା ଫାବିଓଲା ଭାଲେଣ୍ଟିନ। ଏହି ଦୁଇ ସୁନ୍ଦରୀ ପରସ୍ପରକୁ ବିବାହ କରିସାରିଛନ୍ତି। ହେଲେ ଦୁଇ ବର୍ଷ ଧରି ସେ ତାଙ୍କ ସମ୍ପର୍କକୁ ଲୁଚାଇଥିଲେ। ଅକ୍ଟୋବର ୨୮ ତାରିଖରେ ଉଭୟଙ୍କ ବିବାହ ହୋଇଥିବା ସୋସିଆଲ୍ ମିଡିଆରେ ପୋଷ୍ଟ ମାଧ୍ୟମରେ ଜଣାପଡ଼ିଛି।  

ଉଭୟଙ୍କ ମିଳିତି ଇନ୍‌ଷ୍ଟା ଆକାଉଣ୍ଟରେ ଦୁହିଙ୍କର ରୋମାଣ୍ଟିକ୍ ଫଟୋ ଛଡ଼ାଯାଇ ଲେଖାଯାଇଛି “ଆମ ସମ୍ପର୍କୁ ଲୁଚାଇ ରଖିବାର କିଛିଦିନ ପରେ ଆମେ ଏକ ଖାସ୍ ଦିନରେ ସମ୍ପର୍କକୁ ଉଜାଗର କରୁଛୁ। ୨୮/୧୦/୨୨। ” ଏହି ପୋଷ୍ଟରେ ଏକ ହାର୍ଟି ସହ, ମୁଦି ଓ ଷ୍ଟାର୍ ଇମୋଜୀ ରହିଛି। ଏହି ଭିଡିଓରେ ଦୁଇ ସୁନ୍ଦରୀ ପରସ୍ପର ସହିତ ଛୁଟି କାଟିବା ସହ ପରସ୍ପର ପ୍ରତି ଅନ୍ତରଙ୍ଗ ଥିବା ଦେଖାଯାଉଛି।  ଏହି ଘଟଣା ଜଣାପଡ଼ିବା ପରେ ସୋସିଆଲ୍ ମିଡିଆରେ ଦୁଇ ସୁନ୍ଦରୀଙ୍କ ପାଖକୁ ଛୁଟୁଛି ଶୁବେଚ୍ଛାର ସୁଅ।

ସୂଚନା ଅନୁସାରେ, ଏହି ଦୁଇ ଜଣେ ପ୍ରଥମେ ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ୨୦୨୦ ବ୍ୟୁଟି ପିଜାଣ୍ଟ କାର୍ଯ୍ୟକ୍ରମରେ ଦେଖା ହୋଇଥିଲେ। ଏହାପରେ ଦୁହେଁ ପରସ୍ପରକୁ ଡେଟିଂ କରିବା ଆରମ୍ଭ କରିଦେଇଥିଲେ। କିନ୍ତୁ ସମ୍ପର୍କ ନେଇ ସେମାନେ ଗୋପନ ରଖିଥିଲେ।

   Related Posts