ବିନା ଅନୁମତିରେ ଛୁଟିରେ ରହୁଥିଲେ ଗୋପାଳ, ବିଧାନସଭାରେ ତଥ୍ୟ ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ
20/03/2023 at 4:55 PM

ଭୁବନେଶ୍ୱର ୨୦/୦୩: ସ୍ୱର୍ଗତଃ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ଏବେ ବି ଲାଗି ରହିଛି ଦ୍ୱନ୍ଦ୍ୱ । ଅଭିଯୁକ୍ତ ଗୋପାଳ ଏବେ ପୋଲିସ ହେପାଜତରେ ଅଛି । ତେବେ ସେ ପ୍ରକୃତରେ ଅପରାଧୀ କି ନୁହେଁ ତାହା ବି ଏଯାଏଁ ହୋଇନି ସ୍ପଷ୍ଟ । ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଗୃହରେ ଉତ୍ତେଜନା ବି ଲାଗି ରହୁଛି । ବାରମ୍ୱାର ଗୃହ ମୁଲତବୀ ବି ହେଉଛି ।
ଏସବୁ ମଧ୍ୟରେ ସୋମବାର ମଧ୍ୟ ଗୃହରେ ଉଠିଥିଲା ଏହି ପ୍ରସଙ୍ଗ । ବିଧାନସଭାରେ ଗୋପାଳର ଦାସ ମାନସିକ ସ୍ଥିତିର ତଥ୍ୟ ରଖିଥିଲେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ସେ କହିଥିଲେ ୨୦୧୪ରେ ଗୋପାଳ ୨ ମାସ ଅନୁପସ୍ଥିତ ଥିଲେ । ଏନେଇ କର୍ତ୍ତୃପକ୍ଷଙ୍କ ଅନୁମତି ବି ନେଇନଥିଲେ ।
ପରେ ମେଡିକାଲ ସାର୍ଟିଫିକେଟ ଦେଇ କାର୍ଯ୍ୟରେ ଯୋଗଦେଥିଲେ । ଏହା ପରେ ପୁଣି ୨୦୧୫ରେ ଛୁଟିରେ ରହିଥିଲେ ଗୋପାଳ ଦାସ । ମୋଟ ୧୧୯ ଦିନ ଅନୁପସ୍ଥିତ ଥିଲେ ଗୋପାଳ । ତେବେ ମାନସିକ ରୋଗ ଦର୍ଶାଇ ଛୁଟିରେ ଥିବା କହିଛନ୍ତି ମନ୍ତ୍ରୀ । ଏହାପରେ ଆଉଥରେ ମେଡିକାଲ ଫିଟ୍ ସାର୍ଟିଫିକେଟ ଦେଇ ପୁଣି କାର୍ଯ୍ୟରେ ଦେଇଥିଲେ ଯୋଗ ।