ଅଷ୍ଟମ ଯାଏଁ ଏକକାଳୀନ ପରୀକ୍ଷାରେ ଘୋର ଅବ୍ୟବସ୍ଥା, ପହଞ୍ଚିଲାନି ପ୍ରଶ୍ନପତ୍ର, କଳାପଟାରେ ଲେଖାହେଲା ପ୍ରଶ୍ନ

Published By : Prameya-News7 Bureau | November 01, 2019 IST

ପୁରୀ୧|୧୧: ପୁରୀ ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଥିବା ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମେଟିଭ୍ ଆସେସମେଣ୍ଟ ପରୀକ୍ଷାରେ ଗୁରୁତର ତ୍ରୁଟି । ଜିଲ୍ଲାର ପ୍ରାୟ ୧୮ ଶହ ସ୍କୁଲର ୫୫ ହଜାର ପରୀକ୍ଷାର୍ଥୀଙ୍କ ପାଇଁ ଆବଶ୍ୟକ ପ୍ରଶ୍ନପତ୍ର ପହଞ୍ଚି ପାରିନଥିଲା । ଓପେପା ଠାରୁ ପ୍ରଶ୍ନପତ୍ର ଆସିବାକୁ ଥିଲେ ମଧ୍ୟ ଆବଶ୍ୟକ ଠାରୁ ୫୦ ପ୍ରତିଶତ କମ୍ ପ୍ରଶ୍ନପତ୍ର ଆସିଥିଲା ।

{"id":177838}

ଫଳରେ ଜେରକ୍ସ କରି ପରୀକ୍ଷା କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ଅଧିକାରୀ । ଏପରିକି କେତେକ ସ୍କୁଲରେ କଳାପଟାରେ ପ୍ରଶ୍ନପତ୍ର ଲେଖାଯାଇଥିଲା । ତେବେ କମ୍ ପ୍ରଶ୍ନପତ୍ର ଛାପା ହୋଇଥିବାରୁ ସମସ୍ୟା ହୋଇଥିବା ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ନିର୍ଦ୍ଦେଶିକା କହିଛନ୍ତି । ପିପିଲି ବିଧାୟକ ପ୍ରଦିପ ମହାରଥି ଜିଲ୍ଲାରେ ଘଟିଥିବା ଏହି ଘଯଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.