ରାଜ୍ୟ ବିଜେପିର ମିଶ୍ରଣ ପର୍ବ, ଦଳରେ ସାମିଲେ ହେଲେ ଅନେକ ନେତା ଓ କର୍ମୀ
23/09/2023 at 2:06 PM

ଭୁବନେଶ୍ୱର ୨୩।୦୯ : ରାଜ୍ୟ ବିଜେପିର ମିଶ୍ରଣ ପର୍ବ । ବିଜେପି କାର୍ଯ୍ୟାଳଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନେକ ଅନ୍ୟ ଦଳରେ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।

ଖବର ଅନୁଯାୟୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମିଶିଛନ୍ତି ମୟୂରଭଞ୍ଜ ଜିଲ୍ଲାର ବିଜେଡ଼ି ଓ ଜେଏଏମର ଅନେକ ନେତା । ଏମାନଙ୍କ ମଧ୍ୟରେ ବିଜେଡ଼ିର ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସମାଡ, ତିରିଂ ବ୍ଲକ ଉପାଧ୍ୟକ୍ଷ ପୂର୍ଣ୍ଣିମା ବରଡା, ବଡନାର୍ଣି ପଞ୍ଚାୟତର ବିଜେଡ଼ି ସଭାପତି ଧନାଇ ମାର୍ଣ୍ଡି, ବଡଡାଲିମା ପଞ୍ଚାୟତର ଜେଏମଏମ ସଭାପତି ଯଦୁନାଥ ସୋରେନଙ୍କ ସମେତ ସେମାନଙ୍କ ଅନେକ ସମର୍ଥକ ରହିଛି । ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି, ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ଉପସ୍ଥିତ ଥିଲେ ।
