ଇଟା ଭାଟିରେ ଅଘଟଣ : ପେଟ୍ରୋଲ ପକାଇ ନିଆଁ ଲଗାଇଲା ବେଳେ ପୋଡିଗଲେ ମହିଳା

Published By : Prameya-News7 Bureau | June 11, 2023 IST

ମୋହନା ୧୧୬: ଇଟା ଭାଟିରେ ପେଟ୍ରୋଲ ଦ୍ୱାରା ନିଆଁ ଲଗାଇ ଇଟା ପୋଡ଼ୁଥିବା ବେଳେ ଅଘଟଣ  ଜଣେ ମହିଳାଙ୍କ ଦେହରେ ଲାଗିଲା ନିଆଁ l ଗୁରୁତର ହେଲେ ମହିଳା l ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରାଇଜୁକା ଗ୍ରାମରେ ଘଟିଛି ଏଭଳି ଘଟଣା l

{"id":801739,"width":740,"height":407,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ରବିବାର ସକାଳେ ଇଟା ଭାଟିରେ ପେଟ୍ରୋଲ ଢ଼ାଳିବା ସମୟରେ ଅଚାନକ ସୁପ୍ରିୟା ବାସ୍ତରାୟଙ୍କ ଦେହରେ ନିଆଁ ଲାଗିଯାଇଥିଲା l ତେବେ ମହିଳା ଜଣଙ୍କ ପଲିଷ୍ଟର ଲୁଗା ପିନ୍ଧିବା ଯୋଗୁଁ ମହିଳାଙ୍କ ଶରୀରର ୮୦ ଭାଗ ପୋଡ଼ିଯାଇଛି l ଗୁରୁତର ଅବସ୍ଥାରେ ପରିବାର ଲୋକ ମୋହନା ମେଡିକାଲରେ ଉକ୍ତ ମହିଳାଙ୍କୁ ଭର୍ତ୍ତି କରିବା ପରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛନ୍ତି l ତେବେ କେଉଁ କାରଣରୁ ନିଆଁ ଲାଗିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି l

You Can Read :

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.