ପିସ୍ତଲ ଧରି ଟିକଟକ୍ ଭିଡିଓ କରୁଥିବାବେଳେ ଗୁଳି ବାଜି ନାବାଳକଙ୍କ ମୃତ୍ୟୁ

Published By : Prameya-News7 Bureau | June 15, 2019 IST

ଅହମଦନଗର ୧୫/୬: ମହାରାଷ୍ଟ୍ରର ଶିରିଡ଼ିରେ ଟିକଟକ ଭିଡିଓ କରୁଥିବାବେଳେ ଗୁଳି ବାଜି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଯାଇଛି। ପୋଲିସଙ୍କ କହିବାନୁସାରେ ଏହି ଘଟଣା ବୁଧବାର ଘଟିଛି। ଏଥିରେ ୧୭ବର୍ଷର ପ୍ରତୀକ ଓ୍ବାଡ଼େକରଙ୍କ ମୃତ୍ୟୁ ଘଟିଛି। ପ୍ରତୀକ ତାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ସହ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ଶିରିଡ଼ି ଆସିଥିଲେ। ସେ ଏକ ହୋଟେଲରେ ରହିଥିଲେ।

ହୋଟେଲରେ ପ୍ରତୀକ,ସନ୍ନି ପାଓ୍ବାର ଏବଂ ନିତିନ ଓ୍ବାଡ଼େକର ଏବଂ ୧୧ବର୍ଷ ବୟସ୍କ ଆଉ ଜଣେ ନାବାଳକ ପିସ୍ତଲ ନେଇ ଟିକଟକରେ ସେୟାର କରିବା ପାଇଁ ଭିଡିଓ କରୁଥିଲେ। ଦୁର୍ଘଟଣାବଶତଃ ପିସ୍ତଲରୁ ଗୁଳି ଫୁଟିଯାଇଥିଲା ଏବଂ ଏହି ଗୁଳି ପ୍ରତୀକଙ୍କ ଦେହରେ ବାଜିଥିଲା। ଏହି ପିସ୍ତଲ ପ୍ରତୀକଙ୍କ ଜଣେ ସମ୍ପର୍କୀୟ ନେଇ ଆସିଥିଲେ। ସନ୍ନି ଏବଂ ନିତିନଙ୍କୁ ଗିରଫ କରାଯାଇଛି।

ଟିକଟକ୍ ଏକ ସୋଶିଆଲ ମିଡିଆ ଆପ୍ ଏବଂ ଭାରତରେ ଏହାର ୨୦କୋଟି ଯୁଜର ଅଛନ୍ତି। ଏହି ୟୁଜରଙ୍କ ମଧ୍ୟରୁ ପ୍ରତି ମାସରେ ୧୨କୋଟି ସକ୍ରିୟ ରୁହନ୍ତି। କିଛି ଦିନ ପୂର୍ବରୁ ମାଡ୍ରାସ ହାଇକୋର୍ଟ ଏହି ଆପକୁ ବ୍ୟାନ୍ କରିଥିଲେ କିନ୍ତୁ ପରେ ଏହାକୁ ଚାଲୁ କରାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.