ହାଇଦ୍ରାବାଦ ଏବଂ ଉନ୍ନାଓ ପରେ ଏବେ ଫତେହପୁରରେ ସମାନ କାଣ୍ଡ : ଯୁବତୀଙ୍କୁ ଦୁଷ୍କର୍ମ କରି ଜୀଅନ୍ତା ପୋଡ଼ିଲା ସମ୍ପର୍କୀୟ ଦାଦା

Published By : Prameya-News7 Bureau | December 14, 2019 IST

ଫତେହପୁର ୧୪/୧୨: ଫତେହପୁରର ହୁସେନଗଞ୍ଜ ଥାନା ଅଞ୍ଚଳର ଏକ ଗାଁରେ ଯୁବତୀଙ୍କୁ ଘରେ ଏକୁଟିଆ ପାଇ ଜଣେ ଯୁବକ ଦୁଷ୍କର୍ମ କରିଛି। ଏହା ପରେ ଯୁବତୀଙ୍କୁ ଜୀଅନ୍ତା ଜଳାଇ ଫେରାର  ଘଟଣାସ୍ଥଳରୁ ହୋଇଯାଇଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ହେଲଟ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୀଡ଼ିତା ନିଜ ସମ୍ପର୍କୀୟ ଦାଦା ବିରୋଧରେ ଅଭିଯୋଗ କରିଛନ୍ତି।

ପୀଡ଼ିତାଙ୍କ ବାପାଙ୍କ କହିବା ଅନୁସାରେ ୧୮ବର୍ଷ ବୟସ୍କା ଝିଅ ଘରେ ଏକୁଟିଆ ଥିଲେ। ପୀଡ଼ିତାଙ୍କ ସମ୍ପର୍କୀୟ ଦାଦା(୨୨) ତାଙ୍କୁ ଖରାପ ଦୃଷ୍ଟିରେ ଦେଖୁଥିଲା। ଅଭିଯୁକ୍ତ ଆଜି ଦ୍ବିପ୍ରହରରେ ଘରେ ପଶି ଆସିଥିଲା। ଏହା ପରେ ଜବରଦସ୍ତି ତାଙ୍କୁ ଦୁଷ୍କର୍ମ କରିଥିଲା। ପୀଡ଼ିତା ପରିବାର ଲୋକଙ୍କୁ ସବୁ କଥା କହିଦେବେ ବୋଲି କହିବାରୁ ଅଭିଯୁକ୍ତ ତାଙ୍କ ଉପରେ କିରୋସିନି ପକାଇ ନିଆଁ ଲଗାଇ ଦେଇଥିଲେ।

ନିଆଁରେ ଜଳୁଥିବା ଅବସ୍ଥାରେ ପୀଡ଼ିତା ଚିତ୍କାର କରି ବାହାରକୁ ଆସିଯାଇଥିଲେ। ଏହା ପରେ ଗାଁ ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ। ପୋଲିସକୁ ଏବିଷୟରେ ସୂଚନା ଦିଆଯାଇଥିଲା। ତୁରନ୍ତ ଆମ୍ଭୁଲାନ୍ସ ଯୋଗେ ତାଙ୍କୁ ସଦର ହସ୍ପିଟାଲକୁ ପହଞ୍ଚାଇ ଦିଆଯାଇଥିଲା।

{"id":197727,"sizeSlug":"large"}

ମହିଳା ଥାନାମୁଖ୍ୟ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିଥିଲେ। ପୀଡ଼ିତାଙ୍କ ଅବସ୍ଥା ଶୋଚନୀୟ ହେବାରୁ ପାଖାପାଖି ୧:୩୦ରେ ତାଙ୍କୁ ହେଲଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସର ଏକ ଟିମ୍ ଅଭିଯୁକ୍ତକୁ ଖୋଜୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.