ନୀଳାଦ୍ରି ବିହାର ATM ଛକରେ ବୋମା ମାଡ଼, ପୋଲିସର ଛାନବିନ ଆରମ୍ଭ

Published By : Prameya-News7 Bureau | March 01, 2024 IST

ଭୁବନେଶ୍ବର: ପାର୍କିଂରେ ଛିଡ଼ା ହୋଇଥିବା କାର୍‌କୁ ବୋମା ଫିଙ୍ଗିଲେ ଦୁର୍ବୁତ୍ତ। ଦୁଇଟି ବୋମା ଫିଙ୍ଗି ହୋଇଗଲେ ଫେରାର। ଏଥିରେ ଗାଡ଼ିର କାଚ ଭାଙ୍ଗି ନଷ୍ଟ ହୋଇଯାଇଛି। ଘଟଣା ଘଟିଛି ରାଜଧାନୀର ନୀଳାଦ୍ରି ବିହାର ATM ଛକରେ।

ତେବେ ସୌଭାଗ୍ୟବସତଃ ଗାଡିରେ କେହି ନଥିବାରୁ କାହାର କୌଣସି କ୍ଷତି ଘଟିନି । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସର ଛାନବିନ ଆରମ୍ଭ କରିଥିବାବେଳେ ଏବେବି ବୋମା ମାଡ଼ର କାରଣ ଅସ୍ପଷ୍ଟ ରହିଛି ।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ନାବାଳିକା ଦୁଷ୍କର୍ମକାରୀଙ୍କୁ ଜେଲ୍ ଦଣ୍ଡାଦେଶ, ବାପାକୁ ୨୦ ଓ ପୁଅକୁ ୨୫ ବର୍ଷ ଜେଲ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.