କଣାସ ୩୦।୧୧: ଠାକୁରଙ୍କୁ ବି ଛାଡିଲେନି ଚୋର । ମନ୍ଦିରରୁ ଉଠାଇ ଆଣି ନଦୀ ବନ୍ଧରେ ଫୋପାଡ଼ି ଫେରାର ହୋଇଗଲେ । ପୁରୀ ଜିଲ୍ଲା ପିପିଲି ବ୍ଲକ ଗୋବର୍ଦ୍ଧନପୁର ଦୟା ନଦୀ ବନ୍ଧରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ପିପିଲି ବ୍ଲକ ଗୋବର୍ଦ୍ଧନପୁର ଦୟା ନଦୀ ବନ୍ଧରେ ଚୋରି କରି ଆଣିଥିବା ଶିବ-ପାର୍ବତୀଙ୍କ ପୁରୁଣା ମୂର୍ତ୍ତି ଫିଙ୍ଗି ପଳାଇଲେ ଚୋର । ଜରି ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର କଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ଦେଖେଣାହାରୀଙ୍କ ଭିଡ଼ ଜମୁଛି । ଏପଟେ ଘଟଣା ବିଷୟରେ ସୂଚନା ପାଇ ପିପିଲି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ସ୍ଥାନୀୟ ଅଞ୍ଚଳର କିଛି ଲୋକ ଶୌଚ ହେବା ପାଇଁ ନଦୀ ବନ୍ଧକୁ ଯାଇଥିବା ବେଳେ ଏକ ଅଖାରେ ବନ୍ଧା ହୋଇଥିବା ଏହି ମୂର୍ତ୍ତିକୁ ଦେଖିଥିଲେ । ଚୋରି କରି ଆଣି ନେଉଥିବା ସମୟରେ କୌଣସି କାରଣ ବଶତଃ ଏଠି ଚୋର ମାନେ ମୂର୍ତ୍ତିକୁ ରଖି ପଳାଇଛନ୍ତି । ଏହି ମୂର୍ତ୍ତି ବହୁତ ପୁରୁଣା ବୋଲି ଅନୁମାନ କରାଯାଉଛି ।
You Can Read:
wp:embed {"url":"https://www.prameyanews7.com/cm-naveen-patnaik-launches-laccmi-bus-in-nabrangpur/","type":"wp-embed","providerNameSlug":"prameya-news-7"}