OTPCL କାମରେ ନିୟୋଜିତ ୬ଟି ପ୍ରୋକଲିନ୍ ମେସିନ୍ ପୋଡିଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

Published By : Prameya-News7 Bureau | December 19, 2020 IST

କାମାକ୍ଷାନଗର ୧୯।୧୨: ପ୍ରୋକଲିନ୍ ମେସିନ୍ ପୋଡିଲେ ଦୁର୍ବୃତ୍ତ । ଢେଙ୍କାନାଳ ତୁମୁସିଙ୍ଗା ଥାନା ଅଁଳାବେରେଣିଠାରେ ଓଟିପିସିଏଲରେ କାର୍ଯ୍ୟରତ ୬ ପ୍ରୋକଲିନ୍ ମେସିନକୁ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

{"id":379362,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଅଁଳାବେରେଣୀଠାରେ ଓଟିପିସିଏଲର ଟାଉନସିପ୍ କାମ ଚାଲୁରହିଥିବା ଯୋଗୁଁ ପ୍ରୋକଲିନ୍‌ଗୁଡିକ ମାଟିଖୋଳା କାର୍ଯ୍ୟରେ ନିୟୋଜିତ ଥିଲା । କିନ୍ତୁ ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ଆସି କାମରେ ଲାଗିଥିବା ୬ଟି ପ୍ରୋକଲିନ୍‌ରେ ନିଆଁ ଲଗାଇ ଦେଇଥିଲେ । କାହିଁକି ଦୁର୍ବୃତ୍ତମାନେ ନିଆଁ ଲଗାଇଲେ ତାହାର କୌଣସି କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ତୁମୁସିଙ୍ଗା ପୋଲିସ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.