ଇଟାରେ ଛେଚି ଜଣଙ୍କୁ ହତ୍ୟା କଲେ ଦୁର୍ବୃତ୍ତ
14/06/2019 at 12:05 PM

ପୁରୀ ୧୪|୬: ଇଟାରେ ଛେଚି ହତ୍ୟା । ଗୁରୁବାର ରାତିରେ ପୁରୀ ଟାଉନ୍ ଥାନା ଅନ୍ତର୍ଗତ ଚୁଡଙ୍ଗ ସାହିର ଖୁଣ୍ଟିଆ ବଗିଚା ଗଳିମୁଣ୍ଡରେ ଜଣେ ମଧ୍ୟ-ବୟସ୍କ ବ୍ୟକ୍ତିଙ୍କୁ କୌଣସି ଦୃର୍ବୃତ୍ତ ଇଟାରେ ଛେଚି ହତ୍ୟା କରିଛି। ୫୫ବର୍ଷୀୟ ମୃତ ଉମାଶଙ୍କର ଆଚାର୍ଯ୍ୟଙ୍କ ଘର ଚୁଡଙ୍ଗସାହିରେ। ପାରିବାରିକ ବିବାଦ ଯୋଗୁଁ ସେ ଘରେ ନ ରହି ଖୁଣ୍ଟିଆଗଳିରେ ଥିବା ଏକ କ୍ୟାବିନ୍ ରେ ରହୁଥିଲେ। କିଏ କେଉଁ କାରଣରୁ ତାଙ୍କୁ ହତ୍ୟା କରିଛି ତାହା ଜଣାପଡିନାହିଁ। ତଥାପି ପାରିବାରିକ କଳହ ହତ୍ୟାକାଣ୍ଡର କାରଣ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
Related Posts
ଗାଁ ପାଖ ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଶରୀରରେ ରହିଛି କ୍ଷତ ଚିହ୍ନ
24 September 2023
କଳାହାଣ୍ଡି ଗଡ଼ଜାତରେ ଆଜି ନୂଆଁଖାଇ, ମା’ ମାଣିକେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି
24 September 2023
ସୁନ୍ଦରଗଡ଼ରେ ବଢୁଛି ସ୍କ୍ରବ୍ ଟାଇଫସ୍, ଚିହ୍ନଟ ହେଲେ ଆଉ ୯ ଆକ୍ରାନ୍ତ
24 September 2023
ବମିଖାଲରେ କାର୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
24 September 2023